oom

କଟକ ଜାନକୀନାଥ ଭବନ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂ‌ର୍ତ୍ତିରେ ମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

jsmm

ନେତାଜୀଙ୍କ ପରାକ୍ରମ ଯୁବପିଢିଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ପ୍ରେରିତ କରିବ – ଧର୍ମେନ୍ଦ୍ର ପ୍ରଧାନ
 ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆଞଗବଳିଦାନର ଗାଥା ଥିଲା ଅତୁଳନୀୟ
 “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏ ଦୁଇଟି ଶବ୍ଦ ସେ ସମୟରେ ଯୁବକଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିଥିଲା ।
କଟକ, (ପିଆଇବି) : ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପିଢୀଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ପ୍ରେରିତ କରିବ ବୋଲି ଶନିବାର ନେତାଜୀଙ୍କ ୧୨୫ ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନ ଠାରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତବର୍ଷର ଅଦ୍ୱିତୀୟ ଜନଜାୟକ ତଥା ଭାରତର ସ୍ୱତବ ସଂଗ୍ରାମର ଅଗ୍ରଣୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜକୁ ଗୌରବାନ୍ୱିତ ମନେକରୁଛି । ନେତାଜୀଙ୍କ ସଂଘର୍ଷ, ବଳିଦାନ, ତ୍ୟାଗର ଗାଥାକୁ ଆଗକୁ ନେବା ପାଇଁ ଚଳିତବର୍ଷ ଠାରୁ ନେତାଜୀଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ଏହା ଫଳରେ ଆଗାମୀ ଶତାବ୍ଦୀ ଶତାବ୍ଦୀ ଯାଏ ନେତାଜୀଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଓ ତାଙ୍କ ବିଚାରଧାରାକୁ ଲୋକମାନେ ପଢ଼ିବା ସହ ପ୍ରେରିତ ହେବେ । ଦେଶର ସ୍ୱତବତା ଆଣିବାରେ ନେତାଜୀଙ୍କ ନେତୃତ୍ୱ ପ୍ରମୁଖ ଭୂମିକା ନିର୍ବାହ କରିଥିଲା । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏ ଦୁଇଟି ଶବ୍ଦ ଭାରତର ସେ ସମୟରେ ଯୁବକଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିଥିଲା । ନେତାଜୀଙ୍କୁ ଏହି ସଂସ୍କାର ଐତିହାସିକ କଟକ ସହରରୁ ମିଳିଥିଲା । ସଶସ୍ତ୍ର ସଂଗ୍ରାମର ମହାନାୟକ ନେତାଜୀଙ୍କ ସାହାସ, ବୀରତ୍ୱ ଓ ବଳିଦାନର ଗାଥା ଥିଲା ଅତୁଳନୀୟ । ଦେଶମାତୃକା ପାଇଁ ବଳିଦାନ ଦେବାର ଅନନ୍ୟ ଉଦାହରଣ ସେ ସୃଷ୍ଟି କରିଥିଲେ । ନେତାଜୀଙ୍କ ପରାକ୍ରମ ଓ ଦେଶଭକ୍ତି ଆଜି ମଧ୍ୟ ଆମ ଯୁବପିଢୀଙ୍କୁ ପ୍ରେରଣା ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ।

jittmm
Leave A Reply

Your email address will not be published.