
୯ ଦଫା ଦାବୀ ପୂରଣ ନ ହେଲେ ରାଜ୍ୟର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ
ଭୁବନେଶ୍ୱର, (କେପିଏନ୍ଏସ୍) : ଜୁନ୍ ୩୦ ରାତି ପରେ ରାଜ୍ୟରେ ଗଡିବନି ଘରୋଇ ବସ । ୯ ଦଫା ଦାବୀ ପୂରଣ ନହେଲେ ରାଜ୍ୟର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ରାଜ୍ୟ ବସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ନିକଟରେ ୯ ଦଫା ଦାବୀ ଜଣାଇଛନ୍ତି । ବସ ପରମିଟକୁ ତୃତୀୟ ପକ୍ଷକୁ ହସ୍ତାନ୍ତର, ବସ ବଡ଼ିକୋଡ଼ ଆଇନ, ବସ ଗୁଡିକରେ ଫିଟ୍ନେସ୍ ଅବଧୀ ବଲବତ୍ତର ଥିବା ସତ୍ୱେ ସ୍ଥାୟୀ ପରମିଟ ଦିଆଯାଉନାହିଁ, ଡିଜିଟାଲ ନମ୍ବର ପ୍ଲେଟକୁ ବିରୋଧ ଭଳି ଦାବୀ ଜଣାଇଛନ୍ତି । ତେଣୁ ଏହି ଦାବୀ ଯଦି ନ ପୂରଣ ହୁଏ ତେବେ ଆସନ୍ତା ଜୁନ୍ ୩୦ ରାତି ପରେ ସମସ୍ତ ବସ ଚଳାଚଳ ବନ୍ଦ ରହିବାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ।