ବଲାଙ୍ଗିର, (କେପିଏନ୍ଏସ୍) : ଏଛିନ୍ ବି କରୋନା ବାହାଁ ପେସ୍ରେଇ ମଝା ଖୁଲି ଠାଡ଼୍ ହେଇଛେ । ଆର୍ ଆର୍ ଲହଁକୁଛେ ଇଥିତାହିଁ । ବଡ଼ା ଲିହିବିହି କରିଦେଲାନ’ ମୁନୁଷ୍ ସମାଜ୍ କେ । କେତେଟେ ଦମ୍ଦାର୍ ଲୋକ୍କୁ ବି ସାଆଁଟି ନେଲାନ’ ନିଠୁର୍ କରୋନା । ଏନ୍ତା ସମିଆଁ ଥି ହେଲୁଆ ନେଇଁ ହଉନ୍ । ଅଁଠିପହର୍ ସରକାର୍ ମାନିଗୁନି କରି ଥାବେ ରହେବାର୍ କେ କହୁଛନ୍ । ଲକ୍ଡାଉନ୍ ସଟ୍ଡାଉନ୍ ବି ଜାରି କରିଛନ୍ । ନିହାତି ଦର୍କାର୍ ନେଇଁ ପଡ଼୍ଲେ, ଘରୁ ନେଇଁ ବାହାରୁନ୍ । ସବୁବେଲେ ମୁହେଁ ମାସ୍କ ଲଗଉନ୍, ସାନିଟାଇଜର୍ ବେଭାର୍ କରୁନ୍, ଘାଏକେ ଘଡେ଼କେ ହାତ୍ ଧୁଉନ୍ । ଭିଡ଼୍ଭାଡ଼୍ ଠାନ୍କେ ନିସ୍ପତି ନେଇଁ ଯଉନ୍ । ଇ’ସବୁ କଥାକେ ମାନି କରି ଚଲ୍ଲେ, କରୋନାର୍ ବଫୁ ଭାଙ୍ଗ୍ବା । ଇଥିତାହିଁ ଲହଁକିବାର୍ ଛାଡ଼୍ବା ।
ଇ’ଘଡ଼ି କେନେ କେନ୍ତା ବିହା ବର୍ପନ୍ ଚାଲିଛେ । ମଲା ହଜ୍ଲା କବାର୍ କମ୍ ବି ଜାରି ରହିଛେ । ଇସବୁ କବାର୍ ଥି ଯହ ଲୋକ୍ବାକ୍ ଠୁଲେଇ କରି ବିପଦ୍ କେ ନେଇଁ ମୁଢ଼ଉନ୍ । ସରକାରୀ ଗାଇଡ଼୍ ଲାଇନ୍ ଅନୁସାରେ ସବୁ କବାର୍ କରୁନ୍ । ମୁନୁଷ୍ ସମାଜ୍ ଆଏଜ୍ କରୋନା ଥି କଲ୍ବଲ୍ ହେଇଗଲାନ’ । ମୁନୁଷ୍ ସମାଜ୍ କେ ବଁଚାବାର୍ ଲାଗି ସମ୍କର୍ ସହଯୋଗ୍ ଦର୍କାର୍ ।