om academy

ବଜାରରେ ଅଛି ମହୁରିର ଶାରଦୀୟ ସଂଖ୍ୟା ୨୦୨୦

jsm

ଭବାନୀପାଟଣା, (କେପିଏନ୍‌ଏସ୍‌) : ପବିତ୍ର ଦଶହରାରେ ପ୍ରକାଶ ପାଇଲା ଓଡ଼ିଆ ପତ୍ରିକା ଜଗତର ମଉଡ଼ମଣି, କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ “ମହୁରି” । ଏଥର ମହୁରିର ପୃଷ୍ଠା ସଂଖ୍ୟା ୪୦୦ ଆଉ ମୂଲ୍ୟ ମାତ୍ର ରହିଛି ୧୦୦ଟଙ୍କା । ଏଇ ୧୦୦ ଟଙ୍କାରେ ଆପଣଙ୍କୁ ମିଳିବ ୩ଟି ସଂପୂର୍ଣ୍ଣ ଉପନ୍ୟାସ ।
ଗୋଟିଏ ଜୀବନୀ କାହାଣୀର ଅଂଶ “ଗପର ଏନ୍ତୁଡ଼ି” ଲେଖିଛନ୍ତି କଥାକାର ସତ୍ୟପ୍ରିୟ ମହାଳିକ । ଖ୍ୟାତନାମା କବି ହରପ୍ରସାଦ ଦାସଙ୍କ ଏକ ସିରିଜ୍ କବିତା “ମହାମାରୀର କବିତା” ହଲଚଲ ସୃଷ୍ଟି କରିବ ଆପଣଙ୍କ ହୃଦୟରେ । ୬ଟି ଆଲେଖ୍ୟ ପାଇବେ ମହୁରିରେ , ଯାହା ସାହିତ୍ୟର ବିଭିନ୍ନ ବିଭାଗ ସହ ଯୋଡ଼ି ହୋଇଅଛି । ଗୋଟିଏ ଭ୍ରମଣ କାହାଣୀ କହିଛନ୍ତି ଡାକ୍ତର ସରୋଜିନୀ ଷଡଙ୍ଗୀ । ଅନୁବାଦ କାହାଣୀ ୭ଟି, ଅନୁବାଦ କବିତାରେ ପଢ଼ିବେ ଚଳିତ ବର୍ଷ ନୋବେଲ ପୁରସ୍କାର ପ୍ରାପ୍ତ କବି ଲୁଇସ୍ ଗ୍ଲୁକ୍‌ଙ୍କ ଅନେକ କବିତା । ଆଉ ଗୀତିକବିତା, କବିତା,ଗଳ୍ପକୁ ନେଇ ମହୁରି ହୋଇଉଠିଛି ପୃଷ୍ଠ ।

କବିତା ଓ ଗଳ୍ପ ଲେଖିଛନ୍ତି ଓଡ଼ିଶାର ମୁଖ୍ୟ ସ୍ରୋତରେ ଥିବା ସମସ୍ତ କବି ଓ ଗାଳ୍ପିକ । ୯୨ଟି ମୌଳିକ କବିତା, ୩୨ଟି ମୌଳିକ ଗଳ୍ପ ସହ ବହି ଅଲୋଚନା ଓ ଆହୁରି କେତେ କ’ଣ । ଭବାନୀପାଟଣାରୁ ପ୍ରକାଶ ପାଉଥିବା ମହୁରିର ମୁଖ୍ୟ ସଂପାଦକ, ଭବାନୀଶଙ୍କର ନିଆଲ ଓ ସଂପାଦକ, ସୁକାନ୍ତ ସାହୁ ଅଟନ୍ତି । ଭୁବନେଶ୍ୱର ପ୍ରସିଦ୍ଧ ପତ୍ରିକା ବିତରକ ଏ.କେ. ନାୟକ ଏହାର ରାଜ୍ୟ ବିତରକ ଅଟନ୍ତି । ଭୁବନେଶ୍ୱର ପୁରୁଣା ବସ୍‌ଷ୍ଟାଣ୍ଡର ନାରାୟଣୀ ବୁକ୍ ଷ୍ଟଲ୍‌ରେ ପାଠକଙ୍କ ପାଇଁ ଉପଲବ୍ଧ ଅଛି ।
ଆଜି କିଣନ୍ତୁ କାଲି ହୁଏତ ମହୁରି ନ ମିଳିପାରେ ବୋଲି ସଂପାଦକ କହିଛନ୍ତି ।

Leave A Reply

Your email address will not be published.