ଆଜିଠୁ ୬ଷ୍ଠ ଚାନ୍ଦିଳୀ ପାହାଡ଼ ମହୋତ୍ସବ

  • କଂସ ଗର୍ଜନରେ ୫ ଦିନ ଦୁଲୁକିବ ଚାନ୍ଦିଳୀ ପାହାଡ଼

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ପୌଷମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ତଥା ଆଜି ଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ଷୋହଳ ପ୍ରହର ନାମଯଜ୍ଞ ଦେଓଗାଁ ବ୍ଲକ ଦେଷଷ୍ଢ ସ୍ଥିତ ପର୍ଯ୍ୟଟନସ୍ଥଳୀରେ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ୬ଷ୍ଠ ବର୍ଷ ଚାନ୍ଦିଳୀ ମହୋତ୍ସବ ଅନୁଷ୍ଠିତ ହେବ । ଯଜ୍ଞରେ କର୍ତ୍ତା ଭାବେ ଘାସିରାମ ରଣା ଏବଂ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ରଣା ଏବଂ ପ୍ରହରୀରେ ଦୁର୍ଯ୍ୟୋଧନ ମେହେର ଏବଂ ତାଙ୍କ ଧର୍ମପତ୍ନୀ ସବିତା ମେହେର କାର୍ଯ୍ୟଭାର ତୁଲାଇବାକୁ ଥିବା ବେଳେ ଶୁଭାକାଂକ୍ଷୀ ଭାବେ ଫଳସାପଡ଼ାର ଅବଧୂତ ଆନନ୍ଦ ବାବା ଏବଂ ବଙ୍ଗୋମୁଣ୍ଡାର ଅବଧୂତ କପିଲେନ୍ଦ୍ର ବାବା ଯୋଗ ଦେବେ । ଯଜ୍ଞ ପାଇଁ ଶୁକ୍ରବାର ଦିନ କଳସ‌ଯାତ୍ରା ହେବାକୁ ଥିବା ବେଳେ ଶନିବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ପରମବ୍ରହ୍ମ ଯଜ୍ଞ ଆରମ୍ଭ ହେବ । ଦିନ ୧୨ଟାରେ କପିଲେନ୍ଦ୍ର ବାବାଙ୍କ ଦ୍ୱାରା ପ୍ରବଚନ ଓ ରାତିରେ ଖଲିଆପାଲି, ଦଳ ବାବା, ଛୁଆଲିଉଦରଙ୍କ ଦ୍ୱାରା ଅଲେଖ ଭଜନ ହେବାର କାର୍ଯ୍ୟକ୍ରମ ରହିଛି । ରବିବାର ଦିନ ସକାଳ ୯ଟା ୧ ମିନିଟରେ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ମଙ୍ଗଲବାର ଦିନ ସକାଳ ୯ଟା ୧ମିନିଟରେ ପୁର୍ଣ୍ଣାହୂତୀ ଏବଂ ପ୍ରସାଦ ସେବନର ବ୍ୟବସ୍ଥା ଥିବା ନେଇ ଚାନ୍ଦିଳୀ ପାହାଡ଼ ମହୋତ୍ସବ ପରିଚାଳନା କମିଟିର ସଭାପତି ଦୀନବନ୍ଧୁ ମେହେର ଓ ସମସ୍ତ ସଦସ୍ୟଙ୍କ ନିକଟରୁ ସୂଚନା ମିଳିଛି । ଚାନ୍ଦିଳୀ ପାହାଡ଼ ମହୋତ୍ସବ ଅବସରରେ ମୁଖ୍ୟ ଆକର୍ଷଣ ଭାବେ ୨୯ ତାରିଖ ଗୁରୁବାର ଦିନରୁ ଜାନୁ୍ଆରୀ ୨ ତାରିଖ ସୋମବାର ଦିନ ପର୍ଯ୍ୟନ୍ତ ପ୍ରତିଦିନ କଂସ ଦରବାର ଆୟୋଜିତ ହେବାକୁ ଥିବା ବେଳେ ବିଶେଷ ଆକର୍ଷଣ ଭାବେ ବଜରଙ୍ଗ ମୀନା ବଜାର ରହିଛି ।

Leave A Reply

Your email address will not be published.