ଭୁବନେଶ୍ୱର, (କେପିଏନ୍ଏସ୍) : ସପ୍ତଶଯ୍ୟା ଫାଉଣ୍ଡେସନ ପକ୍ଷରୁ ଡିସେମ୍ବର ୨୬ରୁ ଆରମ୍ଭ ହେବ ସପ୍ତଶଯ୍ୟା ମହୋତ୍ସବର ତୃତୀୟ ସଂସ୍କରଣ । ଏହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାର ସଢ଼େଇବେରଣା କଳାକୃତି ଗ୍ରାମଠାରେ ଚାଲିବ । ଏ ନେଇ ଶନିବାର ଭୁବନେଶ୍ୱର ସ୍ଥିତ ଆଦିବାସୀ ସଂଗ୍ରହାଳୟଠାରେ ଫାଉଣ୍ଡେସନ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏହି ଉତ୍ସବରେ ଓଡିଶାର ବିଭିନ୍ନ ପ୍ରକାରର ଧାତୁ ଏବଂ ଅଣଧାତୁ କାରିଗରୀ ସାମଗ୍ରୀ ଯଥା- ସାଦେଇବେରେନିର ଢୋକ୍ରା, ନୂଆଗାଁର ଢୋକ୍ରା, କରମୂଳର ଧାତୁ ଅଳଙ୍କାର, ଭୁବନର ବେଲ୍ ମେଟାଲ୍, କଟକର ଚାନ୍ଦି ତାରକସି, ଢେଙ୍କାନାଳର ବାଉଁଶ, ବଡଯୋଡର ସବାଇ ଘାସ, କେଉଁଝରର ପେପର ମାଚେ, ସୋନପୁରର ଟେରାକୋଟା ଏବଂ ଭୁବନେଶ୍ୱରର ଆପିଲିକ୍ ଆଦିକୁ ଅନ୍ତର୍ଭୁକ୍ତ କରାଯିବ । ଡିଜାଇନର ତଥା ଗବେଷକ ସିଦ୍ଧାର୍ଥ ମହାନ୍ତିଙ୍କ ଦ୍ୱାରା ଚଳିତ ବର୍ଷର ମହୋତ୍ସବ ପରିଚାଳିତ ହେଉଛି । ଏହି ଖବରଦାତା ସମ୍ମିଳନୀରେ ଆଶିଷ ଧୀର, ଜାଗ୍ରୁତି ଦାସ, ଶାକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।