ରାଉରକେଲା ଆଇନ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ
ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ୍ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଉପାଧ୍ୟକ୍ଷ ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପରିଚାଳନା କମିଟିର ସଭାପତି ଲାୟନ ଡ. ଯତୀନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଲାୟନ ଇଂ ହାରଦୀପ ସିଂ, ଛବି ଚକ୍ରବର୍ତ୍ତୀ, ସନ୍ଧ୍ୟା ଲାକ୍ରା ପ୍ରମୁଖ ଯୋଗଦେଇଥିଲେ । ସର୍ବପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଉଦ୍‌ଯାପନୀ ଉତ୍ସବ ପ୍ରାରମ୍ଭ ହୋଇଥିଲା । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ପିଲାମାନଙ୍କ ମନରେ ଖେଳପ୍ରତି ଆଗ୍ରହ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରାଯାଇଥିଲା । ଛାତ୍ରୀ ମୁନମୁନ ସା ସଭା ପରିଚାଳନା କରିଥିଲେ ଓ ତନ୍ମୟ ରାଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.