csstore

ସାନବାଙ୍କି ଗାଁରେ ଦ୍ଵାଦଶତମ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ମହିମା ମେଳା ସମାପନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନବାଙ୍କି ଗାଁରେ ଦ୍ଵାଦଶତମ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ମହିମା ମେଳା ସମାପନ ହୋଇଯାଇଛି । ଏହି ଯଜ୍ଞରେ ମୁଖ୍ୟ ପୂଜକ ଭାବରେ ଅବଧୂତ କପିଳେନ୍ଦ୍ର ବାବାଙ୍କ ଦ୍ଵାରା ଯଜ୍ଞର ବିଧି ବିଧାନ କରାଯାଇଥିଲା । ଏହି ମେଳା ଗତ୨୭ ନଭେମ୍ବରରୁ ୨୯ ନଭେମ୍ବର ଯାଏଁ ଚାଲିଥିଲା । ଏହି ବ୍ରହ୍ମ ମହିମା ମେଳାରେ ଅନେକ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା । ଗତ୨୭ ନଭେମ୍ବର ୨୦୨୩ ସୋମବାର ‘ପତିକୁ ଛୁଇଁଲେ ପାପ’ ଯାହାକି ଗ୍ରାମ ଛିଲିପା, ଜିଲ୍ଲା କଳାହାଣ୍ଡିରୁ ଆସିଥିବା ଏକ ନାଟକ ଗତ ୨୮ ନଭେମ୍ବର ୨୦୨୩, ମଙ୍ଗଳବାର ଦିନ ‘ଲୁହରେ ଲେଖୁଛି ଗପ ସାବତ ବାପ ଅସତ ଗପ’ ଗ୍ରାମ ଲଛିପୁର, ଜିଲ୍ଲା କଳାହାଣ୍ଡିରୁ ଆସିଥିବା ଏକ ନାଟକ ୨୯ ନଭେମ୍ବର ୨୦୨୩ ବୁଧବାର ‘କିରଣକୁ ଜଣା ସୂର୍ଯ୍ୟ ଠିକଣା ବା ସୁଖ କିଣା ଏଠି ଦୁଃଖ ମାଗଣା’ ଗ୍ରାମ ଡ଼ଙ୍ଗରିପଡା, ଜିଲ୍ଲା କଳାହାଣ୍ଡିର ନାଟକ ଆୟୋଜିତ ହୋଇଥିଲା । ଲୋକଙ୍କ ଆହୁରି ମନୋରଞ୍ଜନ ପାଇଁ ବିଷେଶ ଆକର୍ଷଣ ରୂପରେ ହରିଶଙ୍କର ମୀନାବଜାର ମଧ୍ୟ ଅଣାଯାଇଥିଲା । ଏହି ଆୟୋଜନ କରାଯାଇଥିବାରୁ ଦର୍ଶକ ବନ୍ଧୁମାନେ ଦେଖି ବହୁତ ଆନନ୍ଦିତ ହୋଇଥିଲେ ।

jayashree
Leave A Reply

Your email address will not be published.