om academy

ଛତ୍ରପୁରରୁ ମହିଳା ଉଦ୍ଧାର

jsm

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଏକ ମହିଳା ଯାହାର ବୟସ ଆନୁମାନିକ ୨୦ବର୍ଷ ହେବ, ଇତଃତସ୍ଥ ହୋଇ ବୁଲୁଥିବା ବେଳେ ସାମାଜିକ କର୍ମୀ ଏସ. ରାମକୃଷ୍ଣ ରେଡ୍ଡୀଙ୍କ ନଜର ପଡିଥିଲା । ସେହି ସମୟରେ ତାର ମାନସିକ ଅବସ୍ଥା ଠିକ୍‌ ନଥିବା ଜାଣିପାରି ସେ କାଳବିଳମ୍ବ ନ କରି ଛତ୍ରପୁର ଏସ୍‌ଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ । ପରେ ଶ୍ରୀ ମିଶ୍ର ସେଠାରେ ପହଞ୍ଚିବା ପରେ ସେହି ମହିଳାଙ୍କୁ ତାଙ୍କର ଘର ଠିକଣା ପଚାରି ବୁଝିଥିଲେ ଓ ପରେ ତା’ ହାବଭାବରୁ ଜାଣିବାକୁ ପାଇଥିଲେ ଯେ, ସେହି ମହିଳାଜଣଙ୍କର ମାନସିକ ସ୍ଥିତି ଠିକ୍‌ ନଥିବାରୁ ବାଟ ଭୁଲି ଛତ୍ରପୁର ଚାଲିଆସିଛନ୍ତି । ତେଣୁ ଏହି ମହିଳାଙ୍କର ସୁରକ୍ଷା କଥା ଚିନ୍ତା କରି ଛତ୍ରପୁର ତଥା ଗଞ୍ଜାମ ଥାନାଧିକାରୀଙ୍କ ସହ ଯୋଗାଯୋଗ କରି ତାଙ୍କ ଘର ଠିକଣା ବାହାର କରିଥିଲେ । ପରେ ଜଣାପଡିଥିଲା ଯେ, ସେ ଗଞ୍ଜାମ ବ୍ଲକ ହୁମୁରୀଖଟିଆ ଗ୍ରାମର ଓ ସକାଳୁ କେଉଁ ଆଡେ ଚାଲିଯାଇଥିଲେ । ପରେ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ ସାହୁଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗଞ୍ଜାମ ପୋଲିସ ତାଙ୍କ ଘରେ ଛାଡ଼ି ଦେଇ ଆସିଥିଲେ । ଆଜିର ଏହି ମହାନ କାର୍ଯ୍ୟରେ ସାମାଜିକ କର୍ମୀ ମାଧବ କାୟା, ଏସ୍‌ ରାମକୃଷ୍ଣ ରେଡ୍ଡୀ, ଚନ୍ଦରୁ ରେଡ୍ଡୀ, କ୍ୟାଡ଼ର ଏପିପି ଶ୍ରୀ ମିଶ୍ର ଓ ଛତ୍ରପୁର ତଥା ଗଞ୍ଜାମ ଥାନାର କର୍ମଚାରୀଙ୍କ ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.