oom

ବିଦ୍ୟୁତ ତାର ଛିଣ୍ଡି ମହିଳା ମୃତ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସଦର ଥାନା ପଦ୍ମନପୁର ଗ୍ରାମ ପଂଚାୟତ ବଡଖାଲିଗାଁ ଗ୍ରାମର ନୀଳାଦ୍ରି ରଣାଙ୍କ ସ୍ତ୍ରୀ ତରଙ୍ଗିନୀ ରଣା (୫୫) ଗାଁ ପୋଖରୀକୁ ଶୌଚ ପାଇଁ ଯାଉଥିବା ବେଳେ ଦିନ ୧୨ ଘଣ୍ଟା ସମୟରେ ଗାଁ ମୁଣ୍ଡ ପନ୍ଥାଇ ଠାରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ତାଙ୍କ ଡାହାଣ ଗୋଡ଼ରେ ଲାଗି ପୋଡି ଯାଇଥିଲା । ଏଥିରେ ତାଙ୍କ ଡାହାଣ ଗୋଡ଼ର ଆଙ୍ଗୁଳି ଗୁଡିକ ପୋଡି ପାଉଁଶ ହୋଇଯାଇଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୂର୍ବରୁ ଗାଁ ଲୋକେ ବିଦ୍ୟୁତ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ, ଗାଁ ମଧ୍ୟ ଦେଇ ଯାଇଥିବା ୧୧ କେଭି ତାରକୁ କେବୁଲ କରିବା ପାଇଁ ଅଭିଯୋଗ ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିଲେ । ଘଟଣା ଘଟିବାରୁ ଗାଁରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଦ୍ୟୁତ ବିଭାଗର ଅଧିକାରୀ ନ ଆସିବା ପର୍ୟ୍ୟନ୍ତ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଥିଲା ଏବଂ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିଦ୍ୟୁତ ବିଭାଗ ମୃତ ମହିଳା ପରିବାରଙ୍କୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ଗତ ମଇ ମାସ ୨୪ ତାରିଖରେ ସେହି ବିଦ୍ୟୁତ ଖୁଣ୍ଟର ଆର୍ଥିଙ୍କ ତାରରେ ସେହି ଗ୍ରାମର ମୀନିକେତନ ରଣା(୧୪) ତାଙ୍କ ଦୁଇଗୋଡ଼ ଓ ଡାହାଣ ହାତ ପୋଡି ଯାଇ ସେ ସର୍ଯ୍ୟାଶାୟୀ ଅଛନ୍ତି । ମୀତିକେତନ ରଣାର ବାପା ଶୁକ୍ରୁ ରଣା ଗରିବ ମୁଲିଆ ଶ୍ରେଣୀର ହୋଇଥିବାରୁ ପୁଅକୁ ବଡ ଡାକ୍ତରଖାନା ନେବାକୁ ଅର୍ଥ ଅଭାବରୁ ଅକ୍ଷମ ବୋଲି ପ୍ରକାଶ କରୁଛନ୍ତି ଏବଂ ଧାର ଉଧାର କରି ୨୫ ହଜାର ଟଙ୍କା ଖର୍ଚ୍ଚ କରି ଡାକ୍ତରଖାନାରୁ ଆଣି ଘରେ ପୁଅର ସେବା କରୁଥିବା ଘଟଣା ସ୍ଥଳରେ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ଜହ୍ନ।ପଙ୍କ ଫାଣ୍ଡି ଅଧିକାରୀ ମମତା ହେମ୍ରମ ଏବଂ ଏଏସଆଇ ସୁବାସ ମିଶ୍ର ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.