oom

ଲେଡିଲାୟନର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଝିରପାଣିଠାରେ ମହିଳା ସଂଗଠନ ଲେଡି ଲାୟନ ତରଫରୁ ଅନୁଷ୍ଠାନର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ସଭାପତି ବନ୍ଦିତା ମାହତୋଙ୍କ ସଭାପତିତ୍ୱ ଓ ସଂପାଦିକା ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ଓ ବାର୍ଷିକୋତ୍ସବ ପାଇଁ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପରଭେଜ ଅରୋରା, ଅଶୋକ କକ୍କଡ, ଲାୟନ ଗୌତମ ମିଶ୍ର, କମଳ ଲାକ୍ରା, ନିହାର ରାୟ, ସଂଜୀବ ମହାନ୍ତି, କମଲ ଅଗ୍ରୱାଲ, ସରପଞ୍ଚ ଅଜିତ ତିର୍କୀ, ପ୍ରକାଶ ଶର୍ମା, ସନ୍ଥମା ପିଲାଇ, ଗ୍ରେସୀ ଡେଭିଡ, ଆଶୁତୋଷ ଜୟସ୍ବାଲ, ପ୍ରେମା ଦାସ, ସଂଧ୍ୟା ଲାକ୍ରା, ଜ୍ୟୋସ୍ନା ନାୟକ, ରାହୁଲ ମହାନ୍ତି, ପିଙ୍କୁ ଜୟସ୍ବାଲ, ବ୍ରିଜେଶ ମାହତୋ, ସସ୍ମିତା ପ୍ରଧାନ, ଜୋୟା ତ୍ରିପାଠୀ, କାମିନୀ ମାହତୋ, ଅମ୍ରିତ ନୀଲମ, ଡଃ ବନ୍ଦିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଯୋଗ, କରାଟେ, ମ୍ୟାଜିକ, ସୋଲୋ ନୃତ୍ୟ, ପାଶ୍ଚାତ୍ୟ ନୃତ୍ୟ, ସଂଗୀତ, ରାମ୍ପ ସୋ, ଏକକ ନୃତ୍ୟ ଓ ମାର୍ଶଲ ଆର୍ଟ ପ୍ରମୁଖ ପଦର୍ଶିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର କବିତା, ଝୁନୁ, ସ୍ନେହଲତା, ଧନମୟା, ରେଖା, ହେନା, ଚିଲିକା, ପ୍ରଞ୍ଜଳୀ, ନିତାଞ୍ଜଳୀ, ରୀତା, ଲକ୍ଷ୍ମୀ ଓ ଅନ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.