
ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ମାହେଶ୍ୱରୀ ସଙ୍ଗଠନ କୁଡାସିଂହା ଶାଖା ତରଫରୁ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁର ପ୍ରାଥମିକ ଡାକ୍ତରଖାନା ଓ ସାପ୍ତାହିକ ବଜାର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ସମ୍ମାନିତ ଅତିଥି ଭାବେ ଟାଙ୍ଗିଆ ଜାମ ସଙ୍ଗଠନର ମୁଖ୍ୟ ପରିଚାଳକ ଗୋପାଳ ହୋତା, ବଲାଙ୍ଗିର ମାହେଶ୍ୱରୀର ନିର୍ଦେଶକ ଅଙ୍କୁଶ ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ମହିଳା ଶାଖା ସଂଯୋଜିକା ସୋନିଆ ବେଜ, ଉପଦେଷ୍ଟା ବିଜୟ ସାହୁ, ସୁରେନ୍ଦ୍ର ନାଥ, ନାରାୟଣ ନାଥ, ହରେକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପରିବେଶକୁ ସୁରକ୍ଷିତ ରଖିବା ସମ୍ପର୍କରେ ସମସ୍ତଙ୍କୁ ସଚେତନତା ବାର୍ତା ଦେଇଥିଲେ । ସଙ୍ଗଠନର ସମସ୍ତ ସଭ୍ୟ ଓ ଡାକ୍ତରଖାନାର ସମସ୍ତ କର୍ମକର୍ତ୍ତାଙ୍କ ମିଳିତରେ ହସ୍ପିଟାଲ ପରିସର ଓ ସାପ୍ତାହିକ ବଜାର ପରିସରରେ ପ୍ରାୟ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ କୁଡାସିଂହା ମାହେଶ୍ୱରୀ ଶାଖାର ସଭାପତି ଲୋକନାଥ ପଧାନ, ସଂଯୋଜକ ମନୋରଞ୍ଜନ ଝାଙ୍କର, ମହିଳା ଶାଖା ସଂଯୋଜିକା ଇନ୍ଦିରା ପ୍ରିୟଦର୍ଶନୀ ନାଥ, କୁଡାସିଂହା ଡାକ୍ତରଖାନା ଅଧିକାରୀ ସୋମ୍ୟପ୍ରତିକ ଦୋରା, ଫାର୍ମାସିଷ୍ଟ ମୋତିଲାଲ ସାହୁ, ପ୍ରୀତିପ୍ରଜ୍ଞା ମହାରଣା, ମନୀଷା ସାହୁ, ଲିମକା ସାହୁ, ପ୍ରିୟଙ୍କା ପଟ୍ଟନାଏକ, ସୋନମ ସାହୁ, ଜ୍ୟୋର୍ତିମୟୀ ଦଳାଇ, ଅଙ୍କିତା ନାଏକ, ଅଳକା ସେନାପତି, ଅଙ୍କିତା ସେନାପତି ଏବଂ ସବିତା ସାହୁ, ନିହାରିକା ସାହୁଙ୍କ ସହ ସମସ୍ତ ସଭ୍ୟ ଏବଂ ସଭ୍ୟା ଉପସ୍ଥିତ ଥିଲେ ।