ଭୁଲିଗଲେ ମାନବିକତା : ସାମାଜିକ କଟକଣା ଯୋଗୁଁ ପଡ଼ିରହିଲା ଶବ, ମାହେଶ୍ୱରୀ ସଂଗଠନର ସହଯୋଗରେ ହେଲା ଶବ ସତ୍କାର

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ସକାଳ ଭୋର ବେଳକୁ ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ କୁଡାସିଂହାର ଅସହାୟ ବୃଦ୍ଧା ଜାୟଗ ମଲ୍ଲିକଙ୍କ ତାଙ୍କ ଘରେ ଦେହାନ୍ତ ହୋଇଥିଲା । ହେଲେ ସାମାଜିକ କଟକଣା ଯୋଗୁଁ ଦୀର୍ଘ ସମୟ ଧରି ଶବ ଘରେ ପଡିରହିଥିଲା । ସ୍ଥାନୀୟ ମାହେଶ୍ଵରୀ ସଂଗଠନର କୁଡାସିଂହା ଶାଖା ସଭାପତି ଲୋକନାଥ ପଧାନ, ସଂଯୋଜକ ମନୋଜ ଝାଙ୍କର ବଲାଙ୍ଗିର ମୁଖ୍ୟ ଶାଖା ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆଙ୍କ ସହ ଆଶିଷ ଜେନା, ରାଜ ବାଲୁଙ୍କେଶ୍ୱର ନନ୍ଦ, ସାଗର ତାଣ୍ଡି, ସୌମ୍ୟରଂଜନ ପଣ୍ଡା, ନିରଜ୍ ବକ୍ସି, ଶୁଭଶ୍ୱେତା ପଣ୍ଡା ସହ ବହୁ ସ୍ଵେଚ୍ଛାସେବୀଙ୍କ ଉଦ୍ୟମରେ ଦିନ ୧୨ଟାରେ ଗାଁ ମଶାଣିରେ ତାଙ୍କ ଭାଇ ଭଗବାନ ମଲ୍ଲିକଙ୍କ ଦ୍ଵାରା ମୁଖାଗ୍ନି ଦେଇ ଶେଷକୃତ୍ୟ କରାଯାଇଥିଲା । ସଂଗଠନ ତରଫରୁ କିଛି ଅର୍ଥରାଶି ସହ ଶୁଖିଲା ଖାଦ୍ୟ ଦେବା ସହ ପଞ୍ଚାୟତ ଅଧିକାରୀଙ୍କୁ ଡାକି ହରିଶ୍‌ଚନ୍ଦ୍ର ଯୋଜନା ମଧ୍ୟ ଦିଆଯାଇଥିଲା । ପ୍ରକାଶ ଯେ, ପୂର୍ବରୁ ତାଙ୍କ ମୁଣ୍ଡରେ କୌଣସି କ୍ଷତ ହୋଇ ସେଥିରେ ପୋକ ଲାଗିବା ଦେଖାଯିବା ପରେ ସ୍ଥାନୀୟ ଲୋକେ ଅନ୍ଧବିଶ୍ଵାସ ଓ କୁସଂସ୍କାରର ବୋଲି ଉକ୍ତ ଶବ ସତ୍କାର କରିବାକୁ ଗଲେ ଜାତିସମାଜରୁ ବାସନ୍ଦ ହେବା ଭୟରେ ଆଗକୁ ଆସିନଥିଲେ । ଫଳରେ ମାହେଶ୍ୱରୀ ସଂଗଠନର କୁଡାସିଂହା ଶାଖା ପକ୍ଷରୁ ଶବ ସତ୍କାର କରାଯାଇଥିଲା ।

jittmm
Leave A Reply

Your email address will not be published.