ବଲାଙ୍ଗିର, (ଦେବାଶିଷ ମିଶ୍ର) : ୮ ଦଫା ଦାବୀ ନେଇ ଆସନ୍ତା ୦୨.୧୧.୨୦୨୩ ଦିନ ଭୁବନେଶ୍ୱର ଚାଲ ବିଶାଳ ଗଣଧାରଣା ଦେବାକୁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଏକ ପ୍ରସ୍ତୁତି ବୈଠକ ବଲାଙ୍ଗିର ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ପରିଚାଳନା କରିଥିଲେ ରବିନ୍ଦ୍ର ଦ୍ୱାରୀ ପରିଚାଳନା କରିଥିବା ବେଳେ ମଂଚାସୀନ ଥିଲେ ଚିତ୍ରସେନ ବଗର୍ତ୍ତି, କୃଷ୍ଣଚନ୍ଦ୍ର ରାଜପୁତ, ସୁଧିର ପଧାନ, ନାରାୟଣ ଉଦୁରକୁଲିଆ । ଓଡିଶାର ସମସ୍ତ କେନ୍ଦୁପତ୍ର ଡିଭିଜନମାନଙ୍କର ପ୍ରତିନିଧି ଯୋଗ ଦେଇଥିଲେ । ଯଦି ସରକାର ଏଥର ଦାବୀ ପୁରଣ ନ କରିବେ ଆଗାମୀ ଦିନରେ ସରକାରଙ୍କୁ ବିରୋଧ କରିବେ ଏବଂ କେନ୍ଦୁପତ୍ର ସଂସ୍ଥାକୁ ଅସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଉକ୍ତ ସଭାରେ କୃଷ୍ଣଚନ୍ଦ୍ର ରାଜପୁତ, ନାରାୟଣ ଉଦୁରକୁଲିଆ, ସୁଜିତ ମନହିରା, କୃଷ୍ଣଚନ୍ଦ୍ର ନାଏକ, ବାଞ୍ଛାନିଧି ସାହୁ, ଆନନ୍ଦ ମିଶ୍ର, ସୁଶାନ୍ତ ସାଗର, ଚିତ୍ରସେନ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
Prev Post