centurian jitm

ମହାଶକ୍ତି ଫାଉଣ୍ଡେସନର୧୯ତମ ବାର୍ଷିକ ଉତ୍ସବ ପାଳିତ

nschool

କଳାହାଣ୍ଡି, (ପିକେ ସାହୁ) : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ପଞ୍ଜିକୃତ କାର୍ଯ୍ୟାଳୟ ମ.ରାମପୁର ( ବୁରାଟ )ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକଙ୍କ ସଭାପତିତ୍ୱରେ, ମୁଖ୍ୟଅତିଥି ଭାବେ ରାମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଣାପାଣୀ ସାହୁ, ସମ୍ମାନିତ ଅତିଥି ଅନୁଷ୍ଠାନର ଟ୍ରଷ୍ଟି ଇଭାମୟୀ ମାଝୀ, ଆଇନଜିଵୀ ତଥା ଯୁବ ନେତା ନାରାୟଣ ସାହୁ, ସାମ୍ବାଦିକ ଉଦ୍ଧବ ପଣ୍ଡା, ସମାଜସେବୀ ତଥା ଆମ ଜଙ୍ଗଲ ଯୋଜନା ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ସ୍ୱାଗତ ଓ ଅତିଥି ପରିଚୟ କରିଥିଲେ । ପ୍ରାରମ୍ଭରେ ଅତିଥି ଓ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ୧୯ଟି ଦୀପ ପ୍ରଜ୍ୱଳନ କରିଥିଲେ । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଅନୁଷ୍ଠାନ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ବୁରାଟରୁ ଆରମ୍ଭ ହୋଇ ଓଡିଶା ୧୫ ଗୋଟି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ସହ ୧୯ ବର୍ଷର ସଫଳତା ଓ ଅନୁଷ୍ଠାନରେ ନାରୀ ସଶକ୍ତିକରଣ, ଜୀବନ ଜୀବିକା, କୃଷକ କୃଷି କ୍ଷେତ୍ରରେ ଅଗ୍ରଗତି, ସ୍ୱଚ୍ଛ ଭାରତ, ଘରୋଇ ହିଂସା, ଆର୍ଥିକ ସାକ୍ଷରତା, ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଦକ୍ଷ୍ୟତା ବୃଦ୍ଧି, ଓଡ଼ିଆ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଉପରେ ଅନୁଷ୍ଠାନ ଜମାକାରୀ ସେବା ଯୋଗାଉଥିବାର ଅନୁଭୂତି ଉପରେ ବକ୍ତ୍ୟବ ରଖିଥିଲେ ଓ ଆସନ୍ତା ୨୦ବର୍ଷ ପୂର୍ତ୍ତି ଅବସରରେ ଭବାନୀପାଟଣା ଠାରେ ପାଳନକରାଯିବା ପାଇଁ ସୂଚନା ଦେଇଥିଲେ । ଅତିଥିମାନେ ଅନୁଷ୍ଠାନର ଜନହିତକର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଉକ୍ତ ଉତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠୀ, ମିଳିତ ଉତ୍ତର ଦାୟୀ ଦଳ, କୃଷକ ଉତ୍ପାଦିତ କମ୍ପାନୀର କର୍ମକର୍ତ୍ତା, ଶକ୍ତିମୟୀ ଫାଉଣ୍ଡେସନର କର୍ମୀ ଓ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ଅନୁଷ୍ଠାନ ବାଳକୃଷ୍ଣ ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମହାଶକ୍ତି ଫାଉଣ୍ଡେସନ ଶାଖାର ପରିଚାଳକ ଭଗବାନ ରଣା, ମମିତା ପୂଝାରୀ, ସବିତା, ଲିପି ପାଲ, ପୁର୍ଣ୍ଣମୀ ବଗର୍ତ୍ତୀ, ବଂଶୀ ରଣା ଓ କାର୍ଯ୍ୟାଳୟର କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.