ପ୍ରସ୍ତାବିତ ଉଦନ୍ତୀ ବ୍ୟାରେଜ ପାଇଁ ଗୋର୍ଲାରେ ମହାସଭା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପାତିଆଲପଡାରେ ଅପର ଉଦନ୍ତୀ ବ୍ୟାରେଜ ନିର୍ମାଣ ପ୍ରସ୍ତାବିତ ଅଛି । ଏନେଇ ସୋମବାର ଗୋର୍ଲା ପଂଚାୟତ କାର୍ଯ୍ୟାଳୟରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ହୋଇଯାଇଛି । ଏଥିରେ ଅଞ୍ଚଳର ବୁଦ୍ଧିଜୀବୀ, କୃଷକ, ଜନସାଧାରଣ, ପଂଚାୟତ ପ୍ରତିନିଧିଙ୍କ ଉପସ୍ଥିତ ଥିଲେ । ପୂର୍ବରୁ ଅଞ୍ଚଳବାସୀ ଏହାକୁ ବରୋଧ କରି ଆସୁଥିଲେ । କିନ୍ତୁ ଏହି ଗ୍ରାମସଭାରେ ଅଞ୍ଚଳର ସମସ୍ତ ବର୍ଗର ଲୋକମାନେ ସମର୍ଥନ ଜଣାଇଛନ୍ତି । ପ୍ରକଳ୍ପ ହେଲେ ସିନାପାଲି ଓ ବୋଡେ଼ନ ବ୍ଲକର ଜନସାଧାରଣ ଉପକୃତ ହେବେ । ୨୦୧୬ ଏଷ୍ଟିମେନ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ୟାରେଜ ନିର୍ମାଣ କାମ ଆରମ୍ଭ ହେବ । ପରବର୍ତୀ ସମୟରେ ବ୍ୟୟ ଅଟକଳ ପରିମାଣ ବୃଦ୍ଧି କରାଯିବ ବୋଲି ଅଧିକାରୀମାନେ କହିଛନ୍ତି । ସୂଚନା ଯୋଗ୍ୟ ସିନାପାଲି ବ୍ଲକ ମରୁଡି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ ଜଳସେଚନ ପ୍ରକଳ୍ପ ପାଇ ସ୍ଥାନୀୟ ଲୋକମାନେ ସରକାରଙ୍କ ନିକଟରେ ଦାବୀ କରି ଆସୁଥିଲେ । ଏହି ପ୍ରକଳ୍ପ ନିର୍ମାଣ ହେଲେ ଦୁଇଟି ବ୍ଲକର ୮୦୦୦ ହେକ୍ଟର ଜମି ଜଳସେଚିତ ହେବ । ଗ୍ରାମସଭାରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜଳ ସମ୍ପଦ ଡିଭିଜନର ଏସଇ ଶରତ ଚନ୍ଦ୍ର ପଣ୍ଡା, ମୁଖ୍ୟଯନ୍ତ୍ରୀ ଜୟଦେବ ହୋତା, ସିନାପାଲି ବିଡ଼ିଓ ସଦାଶିବ ନାୟକ, ବରିଷ୍ଟ କଂଗ୍ରେସ ନେତା ଲିଙ୍ଗରାଜ ଘିବେଲା, ସ୍ଥାନୀୟ ସରପଞ୍ଚ ଦିଲ୍ଲିପ ମାଝୀ, ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.