ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଧବାହାଲ ଗାଁରେ ପାଟଣାରାଜ ଦଣ୍ଡସେନା(କଳାର) ସମାଜର ମହାସଭା ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳର ବରିଷ୍ଠ ସଦସ୍ୟମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ତେବେ ଆଜିର ଏହି ମହାସଭାରେ ସକାଳ ୭ଟାରେ କଳସ ଯାତ୍ରା ଓ ପରେ ଦୀପ ପ୍ରଜ୍ଵଳନ କରାଯାଇ ଆନୁଷ୍ଠାନିକ ଭାବେ ସଭାର ଆୟୋଜନ କରାଯାଇଥିଲା । ଆଜିର ଏହି ସଭାରେ ଓଡିଶା ପ୍ରଦେଶ କାର୍ଯ୍ୟକାରିଣୀ ସମିତି କଳାର ସମାଜ ସଭାପତି ତୀୟରାମ ଦଣ୍ଡସେନା, ସମ୍ପାଦକ ପ୍ରଫୁଲ୍ଲ ଦଣ୍ଡସେନା, ଖୋଳାହାରାଜ ଦଣ୍ଡସେନା କଳାର ସମାଜ ସଭାପତି ହୀରାଲାଲ ଦଣ୍ଡସେନା, ସମ୍ପାଦକ ଗୋକୁଳ ରାମ ଦଣ୍ଡସେନା, ଖଡ଼ିଆଳ ରାଜ ଦଣ୍ଡସେନା ସମାଜର ସଭାପତି ରୋହିତ କୁମାର ଦଣ୍ଡସେନା, ସମ୍ପାଦକ ଶୋଭାରାମ ଦଣ୍ଡସେନାଙ୍କ ସହ ଅନ୍ୟ ଅଂଚଳର ସଭାପତିମାନେ ମଧ୍ୟ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳେଶ୍ୱର ଗଙ୍ଗେଶ୍ୱର ନେଓରା, ସଭାପତି ସୁରେଶ ଚନ୍ଦ୍ର ନେଓରା, ଉପସଭାପତି ଯୋଗେଶ୍ୱର ସୁନାନୀ, ସାଧାରଣ ସମ୍ପାଦକ ଖଗେଶ୍ୱର ଦଣ୍ଡସେନା, ସହ ସମ୍ପାଦକ ପ୍ରକାଶ ଦଣ୍ଡସେନା, କୋଷାଧକ୍ଷ ରାଜେଶ ନେଓରା, ସରୋଜ ରଞ୍ଜନ ନେଓରା, ମୋହନ ନେଓରା, ଜୟଲାଲ ଦଣ୍ଡସେନା, ବିଶ୍ଵମ୍ବର ଦଣ୍ଡସେନା, ଦିଗମ୍ବର ଦଣ୍ଡସେନା, ଉପଦେଷ୍ଟା ମାୟାରାମ ଦଣ୍ଡସେନା, ଭାଗୀରଥି ସାହାଡ଼, ଲୋକେଶ ଦଣ୍ଡସେନା ପ୍ରମୁଖ ସାମିଲ ହୋଇ ଏହି କର୍ୟ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।