oom

ସମ୍ବିଧାନର ସ୍ରଷ୍ଟା ପୁରୁଷ ଡଃ. ଭୀମରାଓ ଆମ୍ବେଦକରଙ୍କ ଆଜି ମହାପ୍ରୟାଣ ଦିବସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବ ସମାଜରୁ ଜାତି ପ୍ରଥାକୁ ହଟେଇବା ପାଇଁ ଆଜୀବନ ସଂଘର୍ଷ କରିଥିବା ମହାନ୍‌ ପୁରୁଷ ସମ୍ବିଧାନ ସ୍ରଷ୍ଟା ଭୀମରାଓ ଆମ୍ବେଦକରଙ୍କ ଆଜି ମହାପ୍ରୟାଣ ଦିବସ । ପ୍ରତ୍ୟେକ ମଣିଷଙ୍କୁ ସମାନ ଅଧିକାର ପ୍ରଦାନ କରିବା ତାଙ୍କର ଲକ୍ଷ୍ୟ ରହିଥିଲା ସାରା ଜୀବନ । ଛୁଆଁ ଅଛୁଆଁ ଭେଦଭାବକୁ ପ୍ରଚଣ୍ଡ ବିରୋଧ କରୁଥିବା ଏହି ମହାପୁରୁଷ ଦଳିତ, ନିସ୍ପେଷିତ ମଣିଷଙ୍କ ତ୍ରାଣକର୍ତ୍ତା ଭାବେ ଭାରତ ମାଟିରେ ଜନ୍ମଗ୍ରହଣ କରିଥିଲେ ।
୬ ଡିସେମ୍ବର ୧୯୫୬ ମସିହାରେ ଏହି ମହାନ ବ୍ୟକ୍ତିଙ୍କର ଦେହାନ୍ତ ଘଟିଥିଲା । ବୌଦ୍ଧ ଧର୍ମ ଗ୍ରହଣ କରି ଆଜୀବନ ଏହାର ପ୍ରଚାର ଓ ପ୍ରସାର ପାଇଁ କାର୍ୟ୍ୟ କରିଥିଲେ ବାବା ସାହେବ । ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଭାବେ କାର୍ୟ୍ୟ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁର ୩୪ ବର୍ଷ ପରେ ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା ।

ସେ ଜଣେ ଏଭଳି ଚିନ୍ତାନାୟକ ତଥା ପ୍ରଜ୍ଞା ପୁରୁଷ, ଯିଏ ତାଙ୍କ ସାରା ଜୀବନ ଦଳିତ, ନିସ୍ପେଷିତ ତଥା ପଛୁଆ ମଣିଷଙ୍କ ପାଇଁ ଲଢେ଼ଇ ଜାରି ରଖିଥିଲେ । ସେ ପରାଧୀନ ଭାରତର ସେହି ସମୟରେ ସମାଜରେ ଚଳି ଆସୁଥିବା ଅଛୁଆଁ ଜାତିର ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ପିତାଙ୍କ ନାମ ରାମଜୀ ମାଲୋଜୀ ସକପାଲ ଓ ମାତାଙ୍କ ନାମ ଭୀମାବାଈ ରାମଜୀ ଥିଲା । ମହାନ୍‌ ପୁରୁଷ ବାବା ସାହେବ ୧୮୯୧ ଏପ୍ରିଲ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଯେତେବେଳେ ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟଳୟରେ ନାମ ଲେଖା ଯାଇଥିଲା ସେତେବେଳେ ତାଙ୍କ ପିତା ସକପାଲ୍‌ ସାଙ୍ଗିଆ କାଟି ଆମ୍ବେଦକର ଲେଖି ଦେଇଥିଲେ ବୋଲି କୁହାଯାଏ ।

ସମାଜର ବିକୃତ ଜାତିପ୍ରଥା ତାଙ୍କୁ ପିଲାଟି ବେଳୁ ବିଭିନ୍ନ ସମସ୍ୟାରେ ପକାଇଥିବା ବେଳେ ତାଙ୍କ ପ୍ରଚଣ୍ଡ ପ୍ରତିଭା ବଳରେ ସେ ସବୁ ସମସ୍ୟାକୁ ଲଂଘି ନିଜକୁ ପ୍ରତିଷ୍ଠିତ କରିବା ସହ ଗରିବ, ନିସ୍ପେଷିତ, ଦଳିତମାନଙ୍କ ତ୍ରାଣକର୍ତ୍ତା ଭାବରେ ଖୁବ୍‌ ଦମ୍ଭର ସହ ସମାଜ ଭିତରେ ଠିଆ ହୋଇଥିଲେ ।

ଦଳିତ, ନିର୍ୟାତିତ, ନିସ୍ପେିଷିତ, ଅବହେଳିତ ତଥା ପଛୁଆ ମଣିଷଙ୍କ ପାଇଁ ଜନ୍ମଗ୍ରହଣ କରିଥିବା ଅବତାରୀ ପୁରୁଷଙ୍କୁ ତାଙ୍କ ମହାପ୍ରୟାଣ ଦିବସରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ କୋଟି କୋଟି ଦଣ୍ଡବତ ।

jittmm
Leave A Reply

Your email address will not be published.