ଜାତୀୟ କୋଶଲୀ ମହାମେଲନ୍‌ ଆସନ୍ତା ୨୪ରୁ ୩୦

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଜାତୀୟ କୋଶଲୀ ମହାମେଲନ୍‌ ଆସନ୍ତା ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜାତୀୟ କୋଶଲୀ ମହାମେଲନ୍‌ କମିଟି ପକ୍ଷରୁ କୁହାଯାଇଛି । ତେବେ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଅବସରରେ କବିତା ପାଠ ତଥା ଆଲୋଚନା ଚକ୍ର ପ୍ରତ୍ୟହ ନିୟମିତ ଭାବରେ ଅନୁଷ୍ଠିତ ହେବ । ତେବେ ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ସାମିଲ୍‌ ହେବା ପାଇଁ କୋଶଲ ଅଂଚଳର କବି, ଲେଖକ, ସାହିତ୍ୟିକମାନଙ୍କୁ କମିଟି ପକ୍ଷରୁ ଆମନ୍ତ୍ରଣ କରାଯାଇଥିବା ବେଳେ କୋଶଲବାସୀଙ୍କ ସହଯୋଗ ହେଲେ କୋଶଲୀ ଭାଷାର ସମୂହ ସମୃଦ୍ଧି ସାଧନ ହୋଇପାରିବ ବୋଲି ଆଶା କରାଯାଇଛି ।

Leave A Reply

Your email address will not be published.