om academy

ମହାଲକ୍ଷ୍ମୀ ପୂଜା ୩୬ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲିଗୁଡାଠାରେ ୧୬ ପ୍ରହରୀ ନାମଯଜ୍ଞ

jsm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ପଞ୍ଚାୟତ ବାଲିଗୁଡାଠାରେ ମହାଲକ୍ଷ୍ମୀ ପୂଜାର ୩୬ ବର୍ଷ ପୂର୍ତ୍ତି ପୂର୍ଣ୍ଣାହୁତି ଅବସରରେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥି ପାଇଁ ଗୁରୁବାର ଦିନ ବେନାଗୁଡା ରାହୁଲ ନଦୀତଟରୁ ଶତାଧିକ ମହିଳା ଓ ପୁରୁଷ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ଶଙ୍ଖ ତାଳେ ତାଳେ ଆସି ଯଜ୍ଞସ୍ଥଳରେ କଳସ ସ୍ଥାପନା କରିଥିବା ବେଳେ ଶୁକ୍ରବାର ଦିନ ସକାଳୁ ନାମ ଯଜ୍ଞ ଆରମ୍ଭ କରିଥିଲେ । ଏଥିରେ ୧୬ ଗୋଟି ଗ୍ରାମର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ କର୍ତ୍ତା ଭାବେ ଜଗ ପୁଟା ଓ ପତ୍ନୀ ଶିବରାତ୍ରି ପୁଟା, ପୂଜକ ସୁବାଷ ଦାସ, ଜପକ ଆଲୋକ ପଣ୍ଡା, ପାଚକ ସୁନିସ ମିଶ୍ର, ଷଡ଼ସଖା ଭାବେ ମନୋଜ ଭୋଇ, ସୁରେଶ କୁମରା, ଶମ୍ଭୁ ଭୋଇ, ବଳରାମ ସେଠ, ଝସକେତନ କୁମରା ଓ ଚନ୍ଦ୍ରମଣି ମାଝୀ ନିୟୋଜିତ ଥିଲେ । ମହାଲକ୍ଷ୍ମୀ ପୂଜା କମିଟିର ସଭାପତି,ସମ୍ପାଦକ ଗ୍ରାମର ସମସ୍ତ ଜନସାଧାରଣ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.