ବାଘଡାରେ ମକର ମିଳନ ଓ ସାଂସ୍କୃତିକ ମହାକୁମ୍ଭ

ମୟୁରଭଞ୍ଜ, (ଶିବନାରାୟଣ ପାତ୍ର) : ଓଡିଶାର ଏକତ୍ରିକରଣ, ବିକାଶ ଓ ଭାଷା, ସାହିତ୍ୟ ସର୍ବୋପରି ସାଂସ୍କୃତିକ ଉତ୍ଥାନର ମୁଖ୍ୟ ପୃଷ୍ଠପୋଷକ ମୟୂରଭଞ୍ଜ ରାଜତନ୍ତ୍ରର ଅତୁଳନୀୟ ଅବଦାନ ପାଖରେ ଓଡିଆ ଜାତି ଚିରକାଳ କୃତଜ୍ଞ ବୋଲି ଆଜି ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଳକ ବାଘଡା ଠାରେ ବଣିକ ସଂଘ ଓ ମନ୍ଦିର ଓ ଗ୍ରାମ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ସାଂସ୍କୃତିକ ମହାକୁମ୍ଭ ଓ ମକର ମିଳନ ଉତ୍ସବରେ ଯୋଗ ଦେଇ ଥିବା ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଏହି କାର୍ୟ୍ୟକ୍ରମରେ କ୍ରୀଡା, ସଂଗୀତ, ଆଧୁନିକ ଓ ପାରମ୍ପରିକ ନୃତ୍ୟ, ସଂକୀର୍ତ୍ତନ, ଝୋଟି ଇତ୍ୟାଦି ବହୁ ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା । ଏ ଅବସରରେ ଆୟୋଜିତ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ରଣଜିତ୍ କୁମାର ଧୀର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ସମ୍ପାଦକ ତଥା ଆଇନଜୀବୀ ରାଜକିଶୋର ଜେନା ଯୋଗ ଦେବା ସହ ମୁଖ୍ୟ ବକ୍ତା ଭାବେ ସମାଜସେବୀ ଭାନୁଚରଣ ମାହାକୁଡ, ସମ୍ମାନିତ ଅତିଥି ଭାବେ ଆଦର୍ଶ ଶିକ୍ଷକ ପ୍ରଶାନ୍ତ ଧଳ, ସମରଜିତ୍ ଧଳ, ଡା: ଶୈବାଲ କୁମାର ଜେନା , ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସୂର୍ୟ୍ୟମଣି ଧଳ , ସମାଜସେବୀ ଗୁଣନିଧି ରଣା ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ସୁଜିତ୍ କୁମାର ସି, ଅର୍ଜୁନ ଧଳ, ଦୀପକ ଧଳ, ଶୈଳେଶ ଦତ୍ତ, ହରେନ୍ଦ୍ର ଧଳ ପ୍ରମୁଖ ଯୁବବନ୍ଧୁ ମାନେ ପରିଚାଳନା କରିବା ସହ ନୃତ୍ୟ ଓ ସଙ୍ଗୀତ ଆସରକୁ ତପନ କୁମାର ମହାକୁଡ ସଞ୍ଚାଳନ କରିଥିଲେ । ସାମାଜିକ ଦୂରତ୍ବ ସହକାରେ ଅଗଣିତ ଦର୍ଶକ ଉତ୍ସବକୁ ବେଶ୍ ଉପଭୋଗ କରିଥିଲେ ।

Leave A Reply

Your email address will not be published.