ଟିଟିଲାଗଡ଼, (କେପିଏନ୍ଏସ୍) : ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ କୋଶଲ ରାଏଜ ମୁକ୍ତି ମୋର୍ଚା ପକ୍ଷରୁ ଡାକରା କ୍ରମେ ଟିଟିଲାଗଡ଼ ସହର ସମୂର୍ଣ୍ଣ ଠପ୍ ହୋଇପଡିଛି । ବନ୍ଦ ନେଇ ଗତକାଲିଠାରୁ କୋଶଲ ସମର୍ଥକ ସହରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ସହ ବିଭିନ୍ନ ଅନୁଷ୍ଠାନକୁ ସହଯୋଗ ପାଇଁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ସହରର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, କୋର୍ଟ, ବ୍ୟାଙ୍କ ପ୍ରତିଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଛି । ସହରରେ କେବଳ ଦୁଇ ଚକିଆ ଯାନ ବ୍ୟତୀତ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ରହିଛି । ଶତାଧିକ କୋଶଳ ସପକ୍ଷବାଦୀ, ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ଆନ୍ଦୋଳନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି । ବନ୍ଦ ନେଇ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇଆଇସି ରଞ୍ଜନ ବରିହାଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ମୁତୟନ ଥିବା ଦେଖାଯାଇଛି ।
Prev Post