ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପାଟଣାଗଡରୁ ପଦ୍ମପୁର ରାସ୍ତା ନିକଟସ୍ଥ ଧଅଁରାଦାଦର୍ ଛକରୁ ୮ କିଲୋ ଗଞ୍ଜେଇ ସହ ଜଣେ ଯୁବଙ୍କକୁ ଗିରଫ କଲା ପାଟଣାଗଡ ପୋଲିସ । ସୂଚନା ମୁତାବକ, ପାଟଣାଗଡ଼ ଠାରୁ ପଦ୍ମପୁର ରାସ୍ତାର ଧଅରାଦାଦର୍ ଛକରେ ଜଣେ ଯୁବକ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବାର ଖବର ପାଇ ପୋଲିସ ମାଡିବସିଥିଲା । ତାଙ୍କୁ ଅଟକାଇ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ପ୍ରାୟ ୮ କିଲୋ ଓଜନର ଗଞ୍ଜେଇ ଜବତ କରାଯାଇଥିଲା । ପୋଲିସ ଜବତ ଗଞ୍ଜେଇ ସହ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ଗିରଫ ଯୁବକ ଜଣକ ବସ୍‌ରେ ଗଞ୍ଜେଇଚାଲାଣ କରିବାର ଯୋଜନା କରଥିଲେ ବୋଲି ଜଣାପଡିଛି । ଏନେଇ ପାଟଣାଗଡ ପୋଲିସ ଅଧିକ ପଚରାଉଚରା କରୁଛି । ତେବେ ଯୁବକ ଜଣକ ପଣ୍ଡାମୁଣ୍ଡାର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.