ମାଧୋସିଂ ଶହିଦ ଦିବସ ପାଳନ ପାଇଁ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ସର୍ବଭାରତୀୟ ବିଞ୍ଝାଲ ସମାଜ ବଲାଙ୍ଗିର ପକ୍ଷରୁ ମାଧୋସିଂ ଶହିଦ ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବେଲପଡା ବ୍ଳକ ବେହେରାମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବଭାରତୀୟ ବିଞ୍ଝାଲ ସମାଜର ଇଷ୍ଟ ଦେବୀ ମା’ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଏଥିରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖରବାଗ ମୁଖ୍ୟ ଅତିଥି, ଜିଲ୍ଲା ଉପସଭାପତି ଅର୍ଜୁନ ବରିହା, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସର୍ବ ଭାରତୀୟ ବିଞ୍ଝାଲ ସମାଜର ଗର୍ବ ଓ ଗୌରବର ତଥା ଶହୀଦ ବୀର ମାଧୋସିଂଙ୍କ ଶହୀଦ ଦିବସ ଡିସେମ୍ବର ୩୧ରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶହୀଦ ଦିବସ ପାଳନ ଅବସରରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ଉପଖଣ୍ଡର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ୩୦/୧୨/୨୦୨୧ ଦିନ କରମା ସମ୍ମିଳନୀ , ଶିକ୍ଷାବିତ ଗନିତ ତାଲିମ ଶିବିର ଲରମ୍ଭାଠାରେ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୨୦୨୨ ନୂତନ ବର୍ଷରେ କରମା ସମ୍ମିଳନୀ ବେଲପଡା ବ୍ଳକ ବେହେରାମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହେବ ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଯାଇଥିଲା । ସମାଜର ବୈବାହିକ ସମ୍ବନ୍ଧୀୟ ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଦୀର୍ଘଦିନ ଧରି ମନମାଳିନ୍ୟ ରହି ଆସୁଥିଲା ଏହାକୁ ନେଇ ଉଭୟ ପକ୍ଷରୁ ସାମାଜିକ ଆଧାରରେ ପରସ୍ପର ମଧ୍ୟରେ ସଠିକ ବୁଝାମଣା କରି ସର୍ବ ଭାରତୀୟ ବିଞ୍ଝାଲ ସମାଜ ସମ୍ମିଧାନ ଅନୁଚ୍ଛେଦର ଧାରା ଅନୁଯାୟୀ ସମାଧାନ କରାଯାଇଥିଲା । ସମାଜରେ ବାରମ୍ବାର ପାରିବାରିକ କଲହ ଘଟୁଥିବା ହେତୁ ଆମ ସମାଜରେ ଶାନ୍ତି ସ୍ଥାପନ ପରିବର୍ତ୍ତେ ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ମୁଖ୍ୟ ଅତିଥି ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ କହିଥିଲେ ତେଣୁ ଶାନ୍ତ ଶୃଙ୍ଖଳିତ ସମାଜ ଗଠନ କରିବାକୁ ହେଲେ ଶିକ୍ଷାର ଆବଶ୍ୟକ ରହିଛି ବୋଲି କହିଥିଲେ । ଏଥିରେ ବେଲପଡା, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ଖପ୍ରାଖୋଲ, ପାଟଣାଗଡ଼, ବଲାଙ୍ଗିର, ଲୋଇସିଂହା ଆଦି ବ୍ଳକର ବ୍ଳକ କମିଟିର ସଭାପତି ବନମାଳୀ ବରିହା, ଶାନ୍ତନୁ ବରିହା, ଟିକେଚନ ବରିହା, ହରି ବରିହା, ମହନ ବରିହା, ଛବି ବରିହା, ଛବିଲାଲ ବରିହା ପ୍ରମୁଖଙ୍କ ସମେତ ପଞ୍ଚାୟତ କମିଟି, ଉପଦେଷ୍ଟା ମଣ୍ଡଳୀ ସମସ୍ତ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ସମାଜର ଶତାଧିକ କର୍ମକର୍ତ୍ତା ସଦସ୍ୟ ମହିଳା ପୁରୁଷ ଯୋଗଦେଇ ଥିଲେ । ବେଲପଡା ବ୍ଳକ ସମ୍ପାଦକ ଦୁାର୍ଯ୍ୟାଧନ ବରିହା ସଭାପରିଚାଳନା କରିଥିବା ବେଳେ ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.