ଫଲସାମାଲ ଗ୍ରାମକୁ ମଦମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତର ଫଲସାମାଲ ଗ୍ରାମରେ ସମସ୍ତ ପ୍ରକାର ମଦ ବିକ୍ରିକୁ ବନ୍ଦ କରିବା ସହିତ ଗ୍ରାମକୁ ମଦମୁକ୍ତ କରିବା ଲକ୍ଷରେ ଉଭୟ ପୁରୁଷ ଓ ମହିଳା ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଗତମାସ ୨୪ ତାରିଖରେ ଗ୍ରାମରେ ଏକ ସର୍ବଦଳୀୟ ବୈଠକ ବସି ସରପଞ୍ଚ ତଥା ପ୍ରଶାସନକୁ ଦାବିପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ଗତକାଲି ଗ୍ରାମର ପୁରୁଷ ତଥା ମହିଳା ଏକ ଶୋଭାଯାତ୍ରାରେ ଆସି ସରପଞ୍ଚ ହିମାଞ୍ଚଳ ମେହେରଙ୍କୁ ଦାବିପତ୍ର ଦେଇଥିଲେ । ଗ୍ରାମକୁ ଏକ ଆଦର୍ଶ, ଶୃଙ୍ଖଳିତ ତଥା ମଦମୁକ୍ତ ଗ୍ରାମ କରିବା ସହିତ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେବା ଲକ୍ଷରେ ସର୍ବସମ୍ମତି କ୍ରମେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.