
ଆଠଗଡ଼ : ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ । କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗ୍ରାମରେ ଅବାଧରେ ଚାଲିଛି ଦେଶୀ ମଦ କାରବାର । ଖବର ପାଇ ଆଠଗଡ଼ ଓ କଟକ ଅବକାରୀ ବିଭାଗ ମିଳିତ ଚଢାଉ କରିଛି । ୨୨୪୦ ଲିଟର ଚୋରା ଦେଶୀ ମଦ ସହ ୧୪୧୦୫ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି । ଏହି ଚଢ଼ାଉରେ ୬ରୁ ଅଧିକ ବିଭାଗୀୟ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି ।