
ଭୁବନେଶ୍ୱର, (କେପିଏନ୍ଏସ୍) : ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟି ରଖି ଆଗାମୀ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମଦ ବିକ୍ରି ନିଷେଧ କରାଯିବାକୁ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ପୌର ନିର୍ବାଚନ ପାଇଁ ୪ ଦିନ ଧରି ଅବକାରୀ ବିଭାଗ ପକ୍ଷରୁ କଟକଣା ଲଗାଯାଇଛି । ମଦ ଦୋକାନ, ହୋଟେଲ, ରେସ୍ତୋରାଁ ଓ କ୍ଲବ୍ରେ ମଦ୍ୟପାନକୁ ନିଷେଧ କରାଯାଇଥିବା ବେଳେ ସ୍ୱତନ୍ତ୍ର ଅନୁମତି ପାଇଥିବା ତାରକା ହୋଟେଲ ଓ କ୍ଲବ୍ରେ ବି ମଦ୍ୟପାନ ମନା କରାଯାଇଥିବା ସୂଚନା ମିଳିଛି ।