ରାଉରକେଲା : ମାଆ କୋଳ ବଦଳରେ ରେଲୱେ ଷ୍ଟେସନରେ ଶିଶୁ କନ୍ୟା । ଅସହାୟ ଅବସ୍ଥାରେ କାନ୍ଦି କାନ୍ଦି ଥକି ପଡିଥିବା ଶିଶୁକନ୍ୟା ଉପରେ ନଜର ପଡିଥିଲା ସ୍ଥାନୀୟ ମହିଳାଙ୍କର । ରାଉରକେଲା ରେଲୱେ ଷ୍ଟେସନରୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା । ଶିଶୁଟିର ପରିଚୟ ଏପର୍ଯ୍ୟନ୍ତ ମିଳପାରି ନାହି ଏସବୁର ଉତ୍ତର ଶିଶୁଟି ଦେଇପାରୁନି । କାହିଁକି ନା ସେ ଦିବ୍ୟାଙ୍ଗ । କଥା କହିପାରୁନି । ଏବେ ଶିଶୁ କନ୍ୟାର ପରିବାର ଲୋକଙ୍କୁ ଖୋଜିବା ଦାୟିତ୍ୱ ରାଉରକେଲା ଜିଲ୍ଲା ପ୍ରଶାସନ ସହ ଶିଶୁ ସୁରକ୍ଷା ବିଭାଗର । ଯଦି ସେମାନଙ୍କର କୌଣସି ଖବର ମିଳିଲା ଶିଶୁ କନ୍ୟାକୁ ହସ୍ତାନ୍ତର କରାଯିବ । ନଚେତ ଶିଶୁ କନ୍ୟାର ସମସ୍ତ ଦାୟିତ୍ୱ ବହନ କରିବ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ।
Next Post