oom

ସ୍କନ୍ଦମାତା ରୂପରେ ଦେବୀ ଦର୍ଶନ ଦେଇଛନ୍ତି ରିକାପଲ୍ଲୀ ମା’ ବ୍ୟଘ୍ରଦେବୀ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବରାତ୍ର ପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଛତ୍ରପୁର ସହର । ଏହି ସହରର ପ୍ରମୁଖ ଦେବୀ ପୀଠ ମାନଙ୍କରେ ପବିତ୍ର ଦଶହରା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ଆସୁଅଛି । ବିଧିବଦ୍ଧ ଭାବେ ନବରାତ୍ର ପୂଜା ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଚାଲିଛି । ବେଦମନ୍ତ୍ର ଧ୍ୱନିରେ ସହର ପ୍ରକମ୍ଫିତ ହୋଇ ଭକ୍ତଙ୍କ ମନରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଛି । ସହରର ପ୍ରସିଦ୍ଧ ଶକ୍ତିପୀଠ ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟò ଦ୍ୱାରା ପରିଚାଳିତ ମା’ ବ୍ୟଘ୍ରଦେବୀ ମନ୍ଦିରରେ ତନ୍ତ୍ର ଶାସ୍ତ୍ରରେ ଦଶମହାବିଦ୍ୟା, ଚଣ୍ଡୀପାଠ, ପୂଜା ହୋମ, ଦୀପ ଯଜ୍ଞ, ରାଜ ଆଳତୀ, ସନ୍ଧ୍ୟା ଆଳତୀ, ପ୍ରବଚନ, ଭଜନ, ଜଣାଣ ଆଦି ଦୈନିକ ସମାହିତ ହୋଇ ଆସୁଅଛି । ଦୈନିକ ପୂଜାର୍ଚ୍ଚନାର ବିଶ୍ରାମ ଅନ୍ତେ ବିଳମ୍ବିତ ରାତ୍ରିରେ ଭକ୍ତଜନ ଅନ୍ନ ପ୍ରସାଦରେ ଆପ୍ୟାୟିତ ହୋଇ ଚରମାନନ୍ଦ ସ୍ୱରୂପ ଭକ୍ତ ଖୁସିବ୍ୟକ୍ତ କରିଛନ୍ତି । ଗୁରୁବାର ମା’ ବ୍ୟଘ୍ରଦେବୀଙ୍କ ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି । ଏଠାରେ ଦୈନିକ ସନ୍ଧ୍ୟାରେ ଆଳତୀ ଦର୍ଶନ ନିମନ୍ତେ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇ ଆସୁଅଛି ।

jittmm
Leave A Reply

Your email address will not be published.