jayashree

ବରଗଡ଼ର କଳାକାର ଏମ୍‌.ରାମକ୍ରିଷ୍ଣା ତେଲୁଗୁ ସିନେମା ‘ପୁଷ୍ପା’ରେ

ବରଗଡ଼ : ସର୍ବଭାରତୀୟ ସ୍ତରରେ ବକ୍ସ ଅଫିସ୍‌ରେ ବେଶ୍‌ ଚର୍ଚ୍ଚାରେ ରହିଛି ତେଲୁଗୁ ସିନେମା ‘ପୁଷ୍ପା’ । ବରଗଡ଼ର ଜଣେ କଳାକାର ଏହି ସିନେମା ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତିି । ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ହୋଇଛି ଏହି ସିନେମା । ବଡ଼ କଥା ହେଲା, ଏହିଭଳି ଏକ ବ୍ଳକ ବୁଷ୍ଟର୍‌ ଫିଲ୍ମରେ ବରଗଡ଼ ମାଟିର ପୁଅ ଏମ୍‌.ରାମକ୍ରିଷ୍ଣା ଓରଫ ଶତ୍ରୁଙ୍କ ଅଭିନୟ ଦେଖିବାକୁ ମିଳିଛି । ତାଙ୍କର ଏହି ଉଚ୍ଚକୋଟୀର ଅଭିନୟ ଲାଗି ବିଭିନ୍ନ ସ୍ତରରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଏକଥା ବରଗଡ଼ବାସୀଙ୍କୁ ବେଶ୍‌ ଉତ୍ସାହିତ କରିଛି । ଶତ୍ରୁ ଫିଲ୍ମରେ ପୁଲିସ୍‌ ଇନ୍ସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି ଏମ୍‌.ରାମକ୍ରିଷ୍ଣା ।

ବରଗଡ଼ ସଦର ବ୍ଲକ ସର୍ଲା ଗାଁର ଚାଷୀ ପରିବାରରେ ଶତ୍ରୁଙ୍କ ଜନ୍ମ । ସ୍ୱର୍ଗତ ଏମ୍‌. ସତ୍ୟନାରାୟଣ ଓ ମା’ ସରୋଜିନୀ ଦେବୀଙ୍କ କନିଷ୍ଠ ସୁପୁତ୍ର ଶତ୍ରୁ । ପିତାଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହ ଗୋଡ଼ଭଗା କୋଶଲ ସ୍କୁଲରେ ପାଠ ପଢ଼ିଥିଲେ । ସିନେମା ଅଭିଳାଷ ନେଇ ୧୦ବର୍ଷ ତଳେ ହାଇଦ୍ରାବାଦ ଚାଳିଯାଇଥିଲେ । ଛୋଟ ଛୋଟ ଚରିତ୍ରରୁ କ୍ୟାରିୟର ଆରମ୍ଭ କରି ତେଲୁଗୁ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ । ଏହି ସମୟରେ ଅନ୍ୟତମ ସୁପର୍‌ହିଟ୍‌ ସିନେମା ‘ବାହୁବଳୀ – ୨’ରେ ତାଙ୍କୁ ମିଳିଲା ପିଣ୍ଡାରା ଭୂମିକା । ଏହି ଚରିତ୍ର ତାଙ୍କୁ ରାତାରାତି ଷ୍ଟାର୍‌ ବନେଇଦେଲା । ସଫଳତାର ସହ ସେ ଆଗେଇ ଚାଲିଲେ । ଏବେ ଗୋଟିଏ ପରେ ଗୋଟିଏ ସିନେମା ତାଙ୍କୁ ସଫଳତାର ମୁକୁଟ ପିନ୍ଧାଇ ଚାଲିଛି ।

Leave A Reply

Your email address will not be published.