centurian jitm

ପୋଲିସ ପରିଚୟ ଦେଇ ନେଇଯାଇଥିଲେ ଲକ୍ଷେ ଟଙ୍କା : ୨ ଲୁଟେରା ଗିରଫ

ଦିଗପହଣ୍ଡି : ପୋଲିସ ପରିଚୟ ଦେଇ ଲୁଟ୍ । ଲକ୍ଷେ ଟଙ୍କା ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଥିଲା । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଦୁଇ ଜଣ ପୋଲିସ ପରିଚୟ ଦେଇ ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ମୋହନାରୁ ବ୍ରହ୍ମପୁର ଅଭିମୁଖେ ସ୍କୁଟିରେ ଜଣେ ଯୁବକ ୧ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଦୁଇ ଜଣ ପୋଲିସ ପରିଚୟ ଦେଇ ସମ୍ପୃକ୍ତ ଯୁବକକୁ ଅଟକାଇଥିଲେ । ସେ ନେଇ ଯାଉଥିବା ୧ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଛାନଭିନ୍ ପରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦିଗପହଣ୍ଡି ପୋଲିସ । ସେମାନଙ୍କ ଠାରୁ ଲକ୍ଷେ ଟଙ୍କା ଉଦ୍ଧାର ଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.