ଭୁବନେଶ୍ୱର, : ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲେଇଲେ ଲୁଟେରା । ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ଛାନଭିନ୍ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଗୋପପୁର ଗାଁରେ ଏଭଳି ଘଟଣା ଘଟିଛି ।ସୂଚନା ମୁତାବକ, ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଗୋପପୁର ଗାଁର ଏକ ଘରେ ଲୁଟ୍ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରା ଘରେ ପଶିଥିଲେ । ଘରେ ପଶି ଆଲମୀରା ଭାଙ୍ଗି ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିଲେ । ପରିବାର ଲୋକେ ଘର ପହଞ୍ଚି ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଲୁଟ୍ ହୋଇଥିବା ଜାଣି ତୁରନ୍ତ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ପୋଲିସ ।
Prev Post