ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଦିନ ଧରି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଲୁହାଗେଟ୍ ଲଗାଇ ନଥିବା ଯୋଗୁଁ କେନ୍ଦ୍ରଟି ଅସୁରକ୍ଷିତ ହୋଇପଡି ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗେର୍ଡା ପଞ୍ଚାୟତର ସ୍ଥାନୀୟ ସରପଞ୍ଚଙ୍କ ତତ୍ତ୍ଵାବଧାନରେ ଉଭୟ ଦୁଇ ଅଙ୍ଗନବାଡ଼ି କେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଦୀର୍ଘ ୨ ବର୍ଷରୁ ଅଧିକ ଦିନବିତି ଯାଇଥିଲେ ମଧ୍ୟ ଗେଟ୍ ଲଗାଉ ନଥିବା ଅଭିଯୋଗ ହେଉଛି । ଗେଟ୍ ନଥିବା ଯୋଗୁ ଗାଈ, ବାଛୁରୀ ଓ ବଳଦ ପଶିବା ସହ ମଦୁଆ ମାନଙ୍କ କେନ୍ଦ୍ର ସ୍ଥଳୀ ପାଳଟିଥିବା ଅଭିାଯାଗ ହେଉଛି । ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରିନଥିବା ଅଙ୍ଗନବାଡ଼ି କର୍ମୀ ଯଶୋଦା ବରିହା ଓ ରିତାବାଗ ଅଭିଯୋଗ କରିଛନ୍ତି । ଏନେଇ ଗେର୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଫୋନ୍ ରିସିଭ କରିନଥିଲେ ବୋଲି କହିଛନ୍ତିି । ଏଥିପ୍ରତି ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
