oum

ଦିନ ଦ୍ୱିପ୍ରହରରେ ଲୁଟ୍‌ : କଳା ପଲସର ଆତଙ୍କ, ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

jsm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ସୋମବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି । ଲୁଟେରା ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଫୁଲବାଣୀ ଆକ୍ସିସ୍‌ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି । ଏନେଇ ବ୍ୟବସାୟୀ ଜଣକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତବକ, ସଂସ୍କାର ପାତ୍ର ଗ୍ରୋସରି ହୋଲ୍‌ସେଲ ବ୍ୟବସାୟ କରନ୍ତି । ଗତ ୩ଦିନ ହେଲା ବ୍ୟାଙ୍କ ବନ୍ଦ ରହିଥିଲା । ବ୍ୟବସାୟ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ପୂର୍ବାହ୍ନ ୧୧ ଟାରେ ସଂସ୍କାରଙ୍କ ଭାଇ ଅଜୟ ଏବଂ କର୍ମଚାରୀ ରମେଶ ପ୍ରଧାନ ସ୍କୁଟିରେ ବାହାରିଥିଲେ । ପ୍ରଥମେ ଷ୍ଟେଟ ବ୍ୟାଙ୍କରେ ଟଙ୍କା ଜମା କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର ଟଙ୍କା ଆକ୍ସିସ୍‌ ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ । ହେଲେ ଆକ୍ସିସ୍‌ ବ୍ୟାଙ୍କଠାରୁ ମାତ୍ର ୩୦ ମିଟର ଦୂରରେ ଏକ ପଲ୍‌ସର ବାଇକ୍‌ରେ ୨ଜଣ ଯୁବକ ଆସି ସ୍କୁଟିକୁ ଗୋଇଠା ମାରିଥିଲେ । ଫଳରେ ସେମାନେ ସ୍କୁଟିରୁ ତଳେ ପଡ଼ିଯାଇଥିଲେ । ଏହାର ସୁଯୋଗ ନେଇ ଯୁବକ ଦ୍ୱୟ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପିନେଇ ଦ୍ରୁତଗତିରେ ସରକୁଲାର ରୋଡ୍‌ ଦେଇ ଫେରାର ହୋଇଯାଇଥିଲେ । ଖବର ପାଇ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ଆକ୍ସିସ୍‌ ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.