ପୁରୁଷୋତ୍ତମପୁର ଥାନା : ପ୍ରତାପୁର ଗ୍ରାମ ଏସ୍‌ବିଆଇ ଶାଖା ଏଟିଏମ୍ ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଛକଠାରେ ଥିବା ଏସ୍‌ବିଆଇ ଶାଖାରେ ଗୁରୁବାର ବିଳମ୍ବିତ ରାତିରେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ଶାଖା ଏଟିଏମ୍‌ରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଅନୁସନ୍ଧାନରୁ ଜଣାଯାଇଛି ଯେ, ଏନେଇ ଶୁକ୍ରବାର ସକାଳୁ ଏଟିଏମ୍ ଭଙ୍ଗା ଦେଖି ପଡୋଶୀ ଏଟିଏମ୍‌ର ବ୍ରହ୍ମପୁର ବିଭାଗକୁ ଫୋନ୍‌ କରି ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା । ତେବେ ବ୍ରହ୍ମପୁର ଡଗ୍‌ ସ୍କ୍ୱାର୍ଡ ସହ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ପରେ ସୂଚନା ଦିଆଯିବ ବୋଲି ପୁରୁଷୋତ୍ତମପୁର ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.