oom

ସବୁଜ ଡେଲାଙ୍ଗ ଟ୍ରଷ୍ଟର ‘ପାକ୍ଷିକ ପରିବେଶ ସୁରକ୍ଷା’ କବିତା ପାଠ ବ୍ୟାନର ଲୋକାର୍ପିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ‘ପାକ୍ଷିକ ପରିବେଶ ସୁରକ୍ଷା କବିତା ପାଠ’ ବ୍ୟାନରକୁ ମୁଖ୍ୟ ଅତିଥି ସମାଜର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ସତ୍ୟବାଦୀ ଇତିହାସ ପୁସ୍ତକର ଲେଖକ ତଥା ଉତ୍କଳ ସମ୍ମିଳନୀ ପୁରୀ ଶାଖାର ସଭାପତି ଭୀମସେନ ମହାପାତ୍ର, ଶିକ୍ଷାବିତ ଗାଲେଖ ବରାଳ, ଶିକ୍ଷାବିତ ତଥା ପ୍ରକୃତିବନ୍ଧୁ ସନ୍ତୋଷ କୁମାର ମହାନ୍ତି, ପରିବେଶ ପ୍ରେମୀ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ଲୋକାର୍ପଣ କରିଛନ୍ତି । ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପୟନ, ଜଙ୍ଗଲ କ୍ଷୟ, ଜମିରେ ରାସାୟନିକ ସାର ପ୍ରୟୋଗ ରୋକିବା ତଥା ଗଛ ଲଗାଇବାରେ ଆଗ୍ରହ ସୃଷ୍ଟି କରିବା ସହ ସବୁଜ ଧରା ସୃଷ୍ଟି କରିବାରେ ଏହି କବିତା ପାଠ ଜନଜାଗରଣ ସୃଷ୍ଟି କରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କର ଏଭଳି ଅଭିନବ ଚିନ୍ତାଧାରା ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡି ହେବାସହ ଜନସଚେତନତା ବୃଦ୍ଧି କରିବ ବୋଲି ଶ୍ରୋତମଣ୍ଡଳୀ ଅଭିହିତ କରିଥିଲେ ।

jittmm
Leave A Reply

Your email address will not be published.