ଇସ୍ପାତ୍ ସାହିତ୍ୟରେ ପୁସ୍ତକ ଲୋକାର୍ପଣ ଉତ୍ସବ

ରାଉଲକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକଦ୍ଭଲ୍ୟରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ ପୁସ୍ତକ ଲୋକାର୍ପଣ ଓ ସମୀକ୍ଷା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ଦୀପ୍ତି ମହାନ୍ତିଙ୍କ ଗଳ୍ପ ସଙ୍କଳନ ‘ଠିକଣା ନ ଥିବା ଚିଠି ‘ ଏବଂ ଶ୍ରୀମତୀ ମଞ୍ଜୁଳା କୁମାରୀ ରଥଙ୍କ ଗୀତି କବିତା ସଂକଳନ ‘ଗୀତି ସୁରଭି’ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ଏହି ସଭାରେ ବରେଣ୍ୟ ଅତିଥି ଭାବରେ ଅନୁଷ୍ଠାନର ଚାରିଜଣ ବରିଷ୍ଠ ସଦସ୍ୟ ତଥା ପ୍ରାକ୍ତନ ସଭାପତି ରଘୁବର ଧଳ, ଶ୍ରୀମତୀ ବିଷ୍ଣୁପ୍ରିୟା ମହାପାତ୍ର, ହରମୋହନ ମିଶ୍ର ଏବଂ ତ୍ରିଲୋଚନ ମଥାନ ଯୋଗଦାନ କରି ସଂସଦର କାର୍ଯ୍ୟକ୍ରମ ଗୁଡିକର ମାନବୃଦ୍ଧି ଏବଂ ସଦସ୍ୟ ସଦସ୍ୟା ମାନଙ୍କର ସାହିତ୍ୟ ସର୍ଜନାର ରୂପରେଖ ଉପରେ ତର୍ଜମା କରି ଖୁସି ବ୍ୟକ୍ତ କରିଥିଲେ । ରେଢାଖୋଲ ଠାରୁ ଆସିଥିବା ଅଧ୍ୟାପକ ତଥା ସାହିତ୍ୟିକ ଡ. ବିପିନ କୁମାର ମହାନନ୍ଦ ଶ୍ରୀମତୀ ମହାନ୍ତିଙ୍କ ଗଳ୍ପ ପୁସ୍ତକର ସମୀକ୍ଷା କରି ଗଳ୍ପ ଗୁଡ଼ିକ ସମାଜର ନିଚ୍ଛକ ଚିତ୍ର ଉପରେ ପର୍ଯ୍ୟବେସିତ ହୋଇଛି ଏବଂ ସମସ୍ତ ଗଳ୍ପ ସାମାଜିକ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଶ୍ରୀମତୀ ରଥଙ୍କର ଗୀତି କବିତା ସଂକଳନର ତର୍ଜମା କରି ପ୍ରଧ୍ୟାପକ ତଥା ବରିଷ୍ଠ ସାହିତ୍ୟିକ ଡ. ଅଶ୍ୱିନୀ କୁମାର ରାୟ ଗୀତି କବିତା ସର୍ବଦା କାଳଜୟୀ ହେବାର ସ୍ଥିତି ରଖିଥାଏ ଏବଂ ଗୀତି କବିତା ଶ୍ରୋତା ଓ ପାଠକଙ୍କୁ ବାନ୍ଧି ରଖିପାରେ । ଗୀତି ସୁରଭି ପୁସ୍ତକର କବିତା ଗୁଡ଼ିକର ମାନ ଉଚ୍ଚକୋଟୀର ଏବଂ ମହତ୍ ଭାବ ପ୍ରକଟ କରିଛି ବୋଲି ଡ. ରାୟ ମତ ପ୍ରକାଶ କରିଥିଲେ । ସର୍ବପ୍ରଥମେ ମଞ୍ଚାସୀନ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରୀଜଗନ୍ନାଥ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରିଥିଲେ । ସାଧାରଣ ସଂପାଦକ ମନୋଜ କୁମାର ନନ୍ଦ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥଲେ ଏବଂ ସଭାପତି ଶ୍ରୀ ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ ଏବଂ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଶ୍ରୀମତୀ ଦୀପ୍ତି ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଲେଖିକା ଦ୍ୱୟ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ଏବଂ ଉପସଭାପତି ଶ୍ରୀମତୀ ରଶ୍ମିବାଳା ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା, କୋଷାଧ୍ୟକ୍ଷ ଉପେନ୍ଦ୍ର ବସ୍ତିଆ, ପ୍ରକାଶ ଚନ୍ଦ୍ର ସେଠୀ, ସୁମିତ୍ରା ମିଶ୍ର, ସୁମିତ୍ରା ବାରିକ୍, ସବିତା ବସ୍ତିଆ, ସହ ସାଧରଣ ସମ୍ପାଦକ ସୁଶାନ୍ତ ନାୟକ, ଗୌତମ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । କବି ରାଜୀବ ପାଣି, ପ୍ରଶାନ୍ତ କୁମାର ପତି, ଶର୍ମିଷ୍ଠା କବି ଶତପଥୀ, ଡ଼ ସୁମନ୍ ଦତ୍ତ, ସସ୍ମିତା ମହାପାତ୍ର, ସସ୍ମିତା ପ୍ରଧାନ, ବନଲତା ମିଶ୍ର, ପ୍ରାକ୍ତନ ସଭାପତି ବ୍ରଜେନ୍ଦ୍ର ଦାସ, ତାରିଣୀ ଚରଣ ସାହୁ, କଳ୍ପନା ନନ୍ଦ, ସୁଧାଂଶୁ ରଥ, ସତ୍ୟାନନ୍ଦ ବେହେରା, କୁଞ୍ଜ ବିହାରୀ ରାଉତ୍, ଡ. ଅନଙ୍ଗ କୁମାର ପ୍ରହରାଜ, ଖଗେନ୍ଦ୍ର ବେହେରା, ଗଦାଧର ରଥ, ଚିତ୍ତ ରଞ୍ଜନ ବ୍ରହ୍ମା, ଡଲିରାଣି ବ୍ରହ୍ମା, ସୁନିଲ ମହାନ୍ତି, ରିତାଞ୍ଜଳି ମହାନ୍ତି, ପୁଷ୍ପା ପଟେଲ, ସ୍ମିତା ଦାସ, ବ୍ରଜ ବିହାରୀ ଦାସ, ଅକ୍ଷୟ ସାମଲ, କାଶୀନାଥ ନନ୍ଦୀ, ଅଜୟ ମହାନ୍ତି, ବିଜୟିନୀ ଜେନା, ବଳରାମ ରାଉଳ, ଗୀତାରାଣୀ ବେହେରା, ମମତା ଜେନା, ପ୍ରଦୀପ ପତି, ଭରତ ଶତପଥୀ, କଳ୍ପନା ମିଶ୍ର, ଶିବ ସାହୁ, ସଂଗ୍ରାମ ସିଂହ ସାମଲ ପ୍ରମୁଖ ବହୁ କବି ଓ ଲେଖକ ଯୋଗଦାନ କରି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.