oom

ଜିଲ୍ଲାପାଳଙ୍କ କରକମଳରେ ଲୋକାର୍ପଣ ହେଲା ୫ ମେଟ୍ରିକ ଟନ୍‌ ବିଶିଷ୍ଟ ୪ଟି ଶୀତଳ ଗୃହ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର ଉପକଣ୍ଠ କଳାପଥର ସ୍ଥିତ ଉପବଜାର ପ୍ରାଙ୍ଗଣଠାରେ ୫ ମେଟ୍ରିକ ବିଶିଷ୍ଟ ୪ ଗୋଟି ଶୀତଳ ଗୃହର ଲୋକାର୍ପଣ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ, କଟକ ଜରିଆରେ ଜିଲ୍ଲାର ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଉପବଜାର ପ୍ରାଙ୍ଗଣ କଳାପଥରଠାରେ ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ବିନିମୟରେ ୫ ମେଟ୍ରିକ ଟନ୍‌ ଲେଖାଏଁ କ୍ଷମତା ବିଶିଷ୍ଟ ୪ ଗୋଟି ପୃଥକ ପୃଥକ ଶୀତଳ ଗୃହ ରହିଛି । ଏହି ଶୀତଳ ଗୃହ ଜିଲ୍ଲାର ଚାଷୀ ତଥା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନୀ, ସ୍ଥାନୀୟ ଚାଷୀ ସମୂହଙ୍କ ଦ୍ୱାରା ଉତ୍ପାଦିତ ଫଳ, ପନିପରିବା, ଫୁଲ, ମୂଳ, ମାଛ, ଦୁଗ୍ଧଜାତ ଦ୍ରବ୍ୟ ଇତ୍ୟାଦି ସଂରକ୍ଷଣ ନିମନ୍ତେ ବିଶେଷ ସହାୟକ ହେବ । ସରକାରୀ ସ୍ତରରେ ଏହି ଶୀତଳ ଗୃହ ଜିଲ୍ଲାରେ ପ୍ରଥମ ଉଦ୍‌ଘାଟିତ ଶୀତଳ ଗୃହ ରହିଥିବା ସୂଚନା ପ୍ରଦାନ କରାଯାଇଥିବା ବେଳେ ଉଦ୍‌ଘାଟନ ଅବସରରେ ସହକାରୀ ଜିଲ୍ଲା ଉଦ୍ୟାନ କୃଷି ନିର୍ଦ୍ଦେଶକ ହୃଷିକେଶ ଦାଶ, ସହକାରୀ ଜିଲ୍ଲା କୃଷି ଅଧିକାରୀ ରଞ୍ଜନ କୁମାର ମହାଳିଙ୍ଗ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, କାର୍ତ୍ତିକ ନାୟକ, ସମ୍ପାଦକ ଆରଏମସି, ଡୁଙ୍ଗୁରିପାଲି ଉଦିତ କୁମାର ବାବୁ, ଯନ୍ତ୍ରୀ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ କଟକ, ଗଜଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀର ସଦସ୍ୟା, ସୁବର୍ଣ୍ଣାଶ୍ରୀ ଉତ୍ପାଦକ କମ୍ପାନୀର ସଦସ୍ୟା, ଜିଲ୍ଲାର ଫଳ ଓ ପନିପରିବା ଚାଷୀ, ସମ୍ପାଦକ ଓ ସଭାପତି ପେକ୍ସ କଳାପଥର, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.