oom

ଚନ୍ଦନଭାଟିରେ ମହିଳାଙ୍କ ଦାବୀ ପୂରଣ ହେଲା : ହାଇମାଷ୍ଟ ଓ ଷ୍ଟ୍ରିଟଲାଇଟର ଲୋକାର୍ପଣ କଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମର ମହିଳାମାନଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି । ଆଜି ସନ୍ଧ୍ୟାରେ ମହିଳାମାନଙ୍କ ଦାବୀ ମୁତାବକ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଚନ୍ଦନଭାଟି ଗାଁ ପାଇଁ ୪ ଗୋଟି ହାଇମାଷ୍ଟ ଲାଇଟ ଓ ୪ଟି ଷ୍ଟ୍ରିଟ ଲାଇଟର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଦୀର୍ଘ ଦିନର ଦାବୀ ପରେ ଗାଁ ଦାଣ୍ଡ ଆଲୁଅ ହେବା ନେଇ ଗ୍ରାମବାସୀ ବେଶ ଖୁସି ପ୍ରକାଶ କରିଛନ୍ତି । ପ୍ରାୟ ୬ ମାସ ତଳେ ବିଧାୟକଙ୍କ ଚନ୍ଦନଭାଟି ପଞ୍ଚାୟତ ପରିଦର୍ଶନ ସମୟରେ ଗାଁର ମହିଳାମାନେ ଗାଁରେ ଷ୍ଟ୍ରିଟ ଲାଇଟ୍‌ ପାଇଁ ଦାବୀ ଜଣାଇଥିଲେ । ଅନ୍ଧାରୁଆ ରାସ୍ତା ଯୋଗୁଁ ମହିଳାମାନେ ନିଜକୁ ଅସୁରକ୍ଷିତ ମଣିବା ସହିତ ଅନେକେ ଯିବା ଆସିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଆହୁରି ଜଣେ ମହିଳା କହିଥିଲେ ଯେ, ସେ ଏହି ଗାଁରେ ବିବାହ କରିବା ଦିନଠାରୁ ସେ ଗାଁ ଦାଣ୍ଡ ଓ ଗଳି ଗୁଡିକ ଅନ୍ଧାରୁଆ ହୋଇ ପଡିରହିଛି । ଗ୍ରାମବାସୀ ତଥା ମହିଳାମାନେ ଏଭଳି ପରିସ୍ଥିତିରେ ରହୁଥିବା ବେଳେ ଚନ୍ଦନଭାଟି ଦାଣ୍ଡ ଓ ଗଳି ଗୁଡିକୁ ଆଲୋକୀକରଣ କରିବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ । ମହିଳାଙ୍କ ସମସ୍ୟା ଶୁଣି ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ମହିଳାମାନଙ୍କ ଦାବୀ ପୁରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଆଜି ଚନ୍ଦନଭାଟିର ସ୍କୁଲ ଛକ, ମେନ୍‌ ରୋଡ, ମନ୍ଦିର ଛକ ତଥା ମେହେରପଡାରେ ୪ଟି ହାଇମାଷ୍ଟ ଲାଇଟ୍‌ ଏବଂ ମନ୍ଦିର ସାମନା ରାସ୍ତାମାନଙ୍କରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇ ଚନ୍ଦନଭାଟିରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ସୁଇଚ୍‌ ଚିପି ଆଲୋକୀକରଣ କରାଯାଇଛି । ଲୋକାର୍ପଣ ପରବର୍ତ୍ତି ସଭାରେ କିଛି ବିଧବା ଓ ବିକଳାଙ୍ଗ ସରକାରୀ ଭତ୍ତା ପାଉନଥିବା ଅଭିଯୋଗ କରିବାରୁ ବିଧାୟକ ସେମାନଙ୍କୁ କାଲି ସୁଦ୍ଧା ଏକ ତାଲିକା ପ୍ରସ୍ତୁତ କରି ତାଙ୍କ ପାଖକୁ ପହଞ୍ଚାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ବ୍ଲକ ସଭାପତି ରାମପ୍ରସାଦ ମିଶ୍ର, ଚନ୍ଦନଭାଟି ସରପଞ୍ଚ ଶ୍ରୀମତୀ ମୀନାକୁମାରୀ ଭୋଇ, କପିଳେଶ୍ୱର ପାଣିଗ୍ରାହୀ, ଗୋପାଳଜୀ ପାଣିଗ୍ରାହୀ, ଭାବଗ୍ରାହୀ ଖମାରୀ, ବନମାଳି ପୁରୋହିତ, ରାମଚନ୍ଦ୍ର ପଧାନ, ରାଜୀବ ପଧାନ, ମୀନା ପୁରୋହିତ, ଅନିମା ଖମାରୀ, ଲିଙ୍ଗରାଜ ମେହେର, ମେଘରାଜ ମେହେର, ବଳଭଦ୍ର ମେହେର, ଶିବ ମେହେର, ନୁଆଖାଉ ବେହେରା, ଅଲିଭା ଦାଶ, ଦମୟନ୍ତୀ ପ୍ରଧାନ, କଲ୍ୟାଣି ଖମାରୀ, ବିଜୟ କୁମାର ମେହେର, ଅହଲ୍ୟା ପାଣିଗ୍ରାହୀ, ହରିପ୍ରିୟା ପ୍ରଧାନ, ସଂକୀର୍ତ୍ତନ ମେହେର, ଟୁନା ପାଣିଗ୍ରାହୀ, ମହେନ୍ଦ୍ର ମଲ୍ଲିକ, ଦେବ ପଧାନ, ଅଜିତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.