oom

ଭଞ୍ଜନଗର କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

jsmm
  • ୮୪ ଗୋଟି ମାମଲାର ବିଚାର : ୧କୋଟି ୨ଲକ୍ଷ ୪୯ ହଜାର ୯୭୯ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ପରିସରରେ ରବିବାର ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୮୪ ଗୋଟି ମାମଲାର ବିଚାର ଶୁଣାଣୀ ହୋଇଛି । ୧କୋଟି ୨ଲକ୍ଷ ୪୯ ହଜାର ୯୭୯ ଟଙ୍କା ପ୍ରଦାନ ପାଇଁ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ହୋଇଛି । ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡ଼.ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୮୪ ଗୋଟି ବିଭିନ୍ନ ମାମଲାର ବିଚାର କରି ରାୟ ଶୁଣାଣି କରାଯାଇଥିଲା । ମାମଲାଗୁଡିକରେ ୧କୋଟି ୨ଲକ୍ଷ ୪୯ ହଜାର ୯୭୯ ଟଙ୍କା ପ୍ରଦାନ କରିବା ନେଇ ରାୟ ଶୁଣାଇଥିଲେ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡ଼ଃ ଅରୁଣ କୁମାର ସାହୁଙ୍କ ସମେତ ବରିଷ୍ଠ ଦେୱ।ନି ଜଜ୍ ବେଦ ପ୍ରକାଶ, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମନସ୍ୱନି ରଥ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ରାଉତ ପ୍ରମୁଖ ମାମଲା ଗୁଡିକର ଶୁଣାଣି କରି ରାୟ ଶୁଣାଇଥିଲେ । ତାଲୁକା ଆଇନା ସେବା ସଦସ୍ୟ ସୋମନାଥ ନାୟକ, ଡ଼.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକଙ୍କ ସମେତ ଓକିଲ ସଂଘ ସଭାପତି ସନ୍ତୋଷ ନାୟକ, ଉପସଭାପତି ରଜତ ଦାସ, ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ଆଇନଜୀବୀ ସନ୍ତୋଷ ତିଆଡି, ବଂଶୀଧର ପ୍ରଧାନ, ଅରୁଣ କୁମାର ପାଢୀ, ଦେବୀ ତ୍ରିପାଠୀ, ସୁଧୀର ରଞ୍ଜନ ମହାପାତ୍ର, କୁନା ନାୟକ, ରଜନୀ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମହାପାତ୍ର, ଶୈଳେନ୍ଦ୍ର ନାରାୟଣ ସାହୁ, ସମୀର କୁମାର ନାୟକ ପ୍ରମୁଖ ମାମଲା ପରିଚାଳନାରେ ସହଯୋଗ କରିଥିଲେ । କୋର୍ଟ କର୍ମଚାରୀ ସୁନୀଲ ମୁଦୁଲି, ଭଗବାନ ପାତ୍ର, ଅଙ୍କନ ପ୍ରଧାନ, ଅଞ୍ଜନ କୁମାର ଦାସ ଓ ରବି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.