ତରବରିଆ ଭାବେ ସରକାରଙ୍କୁ ସୂଚନା ଦେଲେ ବରଗଡ଼ ଲୋକସମ୍ପର୍କ ବିଭାଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ବିଭିନ୍ନ ଗଣମାଧ୍ୟମ ଓ ସମ୍ବାଦପତ୍ରରେ କାର୍ଯ୍ୟରତ ଥିବା ସାମ୍ବାଦିକମାନଙ୍କ ଲିଷ୍ଟ ତରବରିଆଭାବେ ଲୋକସମ୍ପର୍କ ବିଭାଗ ବରଗଡ଼ ରାଜ୍ୟ ସରକାର ଓଡ଼ିଶାଙ୍କୁ ପଠାଇଛନ୍ତି । ୨୦୨୪ର କାର୍ଯ୍ୟରତ ଲିଷ୍ଟକୁ ୨୦୨୫ରେ ଉଲ୍ଲେଖ କରି ଲିଷ୍ଟ ପଠାଇଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷରେ ଯେଉଁମାନେ ସମ୍ବାଦପତ୍ର, ଗଣମାଧ୍ୟମରେ ଜଡ଼ିତ ତାକୁ ନେଇ ଗତ ତା ୧୮.୦୨.୨୦୨୫ ତାରିଖରେ ପତ୍ର ସଂଖ୍ୟା ୧୨୮ରେ ସାମ୍ବାଦିକମାନଙ୍କୁ ତାଙ୍କ ପରିଚୟ ପତ୍ର, ଆଧାର କାର୍ଡ ଏବଂ ଯେଉଁ ସଂସ୍ଥାରେ କାର୍ଯ୍ୟରତ ସେହି ସଂସ୍ଥାର ସମ୍ପାଦକମାନଙ୍କଠାରୁ ପତ୍ର ମଗାଯାଇ ତା ୨୮.୦୨.୨୦୨୫ରିଖରେ ଡି.ଆଇ.ପି.ଆର.ଓ କାର୍ଯ୍ୟଳୟ ବରଗଡ଼ରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାୟ ସମସ୍ତ ସାମ୍ବାଦିକ କାର୍ଯ୍ୟଳୟକୁ ସଠିକ୍‌ ସମୟରେ ଯାଇ ଦାଖଲ ମଧ୍ୟ କରିଥିଲେ । କିନ୍ତୁ ଲିଷ୍ଟ କରିବାରେ ବିଳମ୍ବ ହେବାରୁ ଗତ ବର୍ଷର ଲିଷ୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ପୂର୍ବରୁ ବରଗଡ଼ରେ କାର୍ଯ୍ୟରତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ଦାୟିତ୍ଵରେ ଏଭଳି ଅବହେଳା ପରିଲକ୍ଷିତ ହୋଇ ନଥିବା ସ୍ଥଳେ ତାଙ୍କ ବଦଳି ପରେ ଏଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ଅଧିକାରୀ ଭାବେ ଯୋଗଦେଇଛନ୍ତି ପ୍ରହଲ୍ଲାଦ ଖୋସଲା । ତାଙ୍କ ଯୋଗଦାନ ପରେ ଅନେକ କିଛି ଗଡବଡ ହେଉଥିବା ଚର୍ଚ୍ଚା ଜୋର୍ ଧରିଛି । ଏପରିକି ସରକାରୀ କାର୍ଯ୍ୟକ୍ରମର ସୂଚନା ସାମ୍ବାଦିକମାନଙ୍କୁ ଜଣାଯାଉନି । ଏପରିକି ମୋବାଇଲରେ ସରକାରୀ କାର୍ଯ୍ୟକ୍ରମର ଫଟୋ ଉତ୍ତୋଳନ କରି ଷ୍ଟୁଡିଓ ଫଟୋର ବିଲ୍ ମଧ୍ୟ କରାଯାଉଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.