ଚାଷୀ ଆନ୍ଦୋଳନକୁ ଲୋଇସିଂହାରେ ବିପୁଳ ସମର୍ଥନ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଚାଷୀ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରାକୁ ଲୋଇସିଂହା ନବନିର୍ମାଣ କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ୨୬ନଂ ଜାତୀୟ ରାଜପଥକୁ ସକାଳ ୬ଟାରୁ ଅବରୋଧ କରାଯାଇଛି । ଲୋଇସିଂହା ଅଂଚଳର ସମସ୍ତ ଦୋକାନ ବଜାର ସ୍କୁଲ, କଲେଜ, ସରକାରୀ ବେସରକାରୀ ଅଫିସଗୁଡିକ ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖାଯାଇଛି । ଭୋରରୁ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା ଓ ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ହିମାଂଶୁ ସାହୁଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ଲୋଇସିଂହା ଅଂଚଳରେ ପିକେଟିଂ କରିଥିଲେ । ଉକ୍ତ ବନ୍ଦଟି ଶାନ୍ତିପୂର୍ଣ୍ଣ ଭାବରେ ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.