ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି । ସେ ରବିବାର ଭାରତର ସର୍ବବୃହତ କେବୁଲ ବିଜ୍ ସୁଦର୍ଶନ ସେତୁ ଲୋକାର୍ପିତ କରିଛନ୍ତି । ଏହା ଓଖା ସହିତ ଦ୍ୱାରକା ଦ୍ୱୀପକୁ ସଂଯୋଗ କରିବ । ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଛି । ଦ୍ୱାରକାଧିଶ ମନ୍ଦିର ପରିଦର୍ଶକମାନଙ୍କ ପାଇଁ ଏହି ସେତୁ ଗୁରୁତ୍ୱପୂର୍ଣ୍ଣ ମାର୍ଗ ପ୍ରମାଣିତ ହେବ । ଅକ୍ଟୋବର ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସୁଦର୍ଶନ ବ୍ରିଜର ଉଭୟ ପାର୍ଶ୍ୱରେ ଭଗବଦ୍ ଗୀତା ଏବଂ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି ରହିଛି । ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ଦ୍ୱାରକାଧିଶ ମନ୍ଦିରରେ ପହଞ୍ଚିବା ପାଇଁ ଡଙ୍ଗା ପରିବହନ ଉପରେ ନିର୍ଭର କରିବାକୁ ପଡୁଥିଲା । ମାତ୍ର ଏବେ ସୁଦର୍ଶନ ସେତୁ ନିର୍ମାଣ ଦ୍ୱାରା ସେମାନଙ୍କ ପାଇଁ ମନ୍ଦିର ଯିବା ଆସିବାରେ ସୁବିଧା ହେବ ।