ଲୋଭ ହେଲା କାଳ : ବନ୍ଧା ହେଲେ ଅରୁନ୍ଧତୀ ଜ୍ୱେଲର୍ସର ମ୍ୟାନେଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଭ ହେଲା କାଳ । ଆଉ ଶେଷରେ ପୋଲିସ ହାତରେ ବନ୍ଧା ହୋଇଛନ୍ତି ବଲାଙ୍ଗିର ଅରୁନ୍ଧତୀ ଜ୍ୱେଲର୍ସର ମ୍ୟାନେଜର୍‌ ବାବୁ ରିଭୁରୁଷି ତ୍ରିପାଠୀ । ଖୋଦ୍‌ ଏହି ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ଏସ୍‌ଡ଼ିପିଓଙ୍କ ସୂଚନା ଅନୁସାରେ ଦୀର୍ଘ ୨ରୁ ୩ ବର୍ଷ ହେବ କିଛି ସୁନା ଓ ଟଙ୍କାକୁ ତାଙ୍କ ମ୍ୟାନେଜର ହଡ଼ପ କରିଥିବା ନେଇ ଅଡ଼ିଟ୍‌ ରିପୋର୍ଟରେ ଆସିଥିଲା । ଏହି ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନାରେ ଅରୁନ୍ଧତୀ ଜ୍ୱେଲର୍ସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଆଉ ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ ପୋଲିସ ସଙ୍ଗେ ସଙ୍ଗେ ଏକ ମାମାଲା ରୁଜୁ କରି ଆଜି ଅଭିଯୁକ୍ତ ମ୍ୟାନେଜର ରିଭୁଋଷିକୁ ଗିରଫ କରିଥିବା ବେଳେ ତା ନିକଟରୁ ସୁନା ବିସ୍କୁଟ, ସୁନା ଚେନ୍‌, ନଗଦ ଟଙ୍କା, ଲ୍ୟାପଟପ୍‌ ସହ କିଛି ଜରୁରୀ କାଗଜ ପତ୍ରକୁ ଜବତ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ ବୋଲି ଏସ୍‌ଡ଼ିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏହି ସମୟରେ ବଲାଙ୍ଗିର ଟାଉନ ଥାନା ଆଇଆଇସି ଅବନି ସାହୁ ମଧ୍ୟ ଉପସ୍ଥିତ ଥିବା ନେଇ ଜଣାପଡ଼ିଛି ।

jittmm
Leave A Reply

Your email address will not be published.