ଅମ୍ବାଦଳା ରେଳଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ରେଳଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଅମ୍ବାଦଳାଠାରୁ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା କାରଖାନା ଯାଉଥିବା ସମୟରେ ରେଳର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ୪ରୁ ୬ଟି ଚକ ରେଳ ଧାରଣାରୁ ତଳକୁ ଓହ୍ଲାଇ ପଡ଼ି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ତେବେ ସେହି ରେଳ ଲାଇନ କେବଳ ବେଦାନ୍ତ ଆଲୁମିନା କାରଖାନାର ଉତ୍ପାଦନ ପରିବହନ ପାଇଁ ଉଦ୍ଦିଷ୍ଟ ଥିବାରୁ ଅନ୍ୟ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ ଯାତାୟତ ଉପରେ ଏହାର ପ୍ରଭାବ ପଡିନାହିଁ । ଏହି ଖବର ମିଳିବା ପରେ ରାୟଗଡ଼ା ଓ ଟିଟିଲାଗଡ଼ରୁ ଉଦ୍ଧାରକାରୀ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ।

Leave A Reply

Your email address will not be published.