ଏଲ୍‌ଆଇସି ସମ୍ବଲପୁର ଡିଭିଜନ ପ୍ରଥମ ଶ୍ରେଣୀ ଅଫିସର ସଂଘର ସାଂଗଠନିକ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଏଲ୍‌ଆଇସି (ଜୀବନ ବୀମା ନିଗମ) ସମ୍ବଲପୁର ଡିଭିଜନ ପ୍ରଥମ ଶ୍ରେଣୀ ଅଫିସର ସଂଘର ଏକ ସାଂଗଠନିକ ସଭା ସେକ୍ଟର ୧୯ ରାଉରକେଲା ଏଲଆଇସି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନୃସିଂହ ଚରଣ ବିଶ୍ୱାଳଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ସୁନିଲ କୁମାର ତ୍ରିପାଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସରୋଜିନୀ କୁଜୁର, ଉପସଭାପତି ଗୋକୁଳି ଚନ୍ଦ୍ର ବେହେରା ଓ ସହସଂପାଦିକା ନିବେଦିତା ଘୋଷ ପ୍ରମୁଖ ଯୋଗ ଦେଇଥିଲେ । ସଭାପତି ଶ୍ରୀ ବିଶ୍ୱଳ ସଭାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିବା ସହ ସମ୍ବଲପୁରରୁ ଆସିଥିବା କାର୍ଯ୍ୟକର୍ତ୍ତା ତଥା ଆଞ୍ଚଳିକ ଶାଖାଗୁଡିକରୁ ଆସିଥିବା ଅଫିସରମାନଙ୍କୁ ସ୍ୱାଗତ କରିଥିଲେ । ଉପସଭାପତି ଶ୍ରୀ ବେହେରା ଅଫିସରମାନଙ୍କ ମାତ୍ରାଧିକ କାର୍ଯ୍ୟଭାର ଉପରେ ତର୍ଜମା କରିଥିଲେ । ପଲିସିଧାରୀଙ୍କୁ ସେବା ଯୋଗାଇଦେବାରେ ଅଫିସରଙ୍କ ସଫଳତା ପାଇଁ ସେ ସାଧୁବାଦ ଦେଇଥିଲେ । ଏହି ଅବସରରେ କୃଷ୍ଣପ୍ରିୟା ବଳ, ଜ୍ୟୋତିର୍ମୟ ରଥ, ପ୍ରଫୁଲ୍ଲ ଲାକ୍ରା, କଳିନ୍ଦ୍ର ପ୍ରଧାନ, ଗୌତମ ଚନ୍ଦ୍ର ଖମାରୀ, ସନ୍ତୋଷ କୁମାର ଜେନା, ଲାଧୋରାମ କେର୍କେଟା ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସାଂଗଠନିକ ସଭାରେ ସମ୍ବଲପୁର, ରାଉରକେଲା, ଉଦିତନଗର, ପାନପୋଷ, ବଣାଇଁଗଡ, ରାଜଗାଙ୍ଗପୁର, ବିରମିତ୍ରପୁର ସାଟେଲାଇଟ କାର୍ଯ୍ୟାଳୟର ସର୍ବଶ୍ରୀ ଏସ୍.ଆର.ମହାନ୍ତି, ସୁରେଶ ବେକ୍, ବିପିନ କୁଲଦୀପ ବିଲୁଙ୍ଗ, ପ୍ରଦୀପ କୁମାର ପାଢୀ, ମିଥିଲେଶ ପୱନ, ସୌମେନ୍ଦ୍ର ମହାନ୍ତି, ଝରଣା ପାଲ, ଲୋକନାଥ ଜାମୁଦା, ପ୍ରସନ୍ନ କୁମାର ପତି, ଆଦିତ୍ୟ ରଂଜନ ମହାନ୍ତି, ସୁବାସ ଚନ୍ଦ୍ର ଜେନା, ଗଗନ ସିଂହ, ଅମରେନ୍ଦ୍ର କୁଅଁର, କଲିକତାରୁ ସୁଧୀର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇ ଥିଲେ । ସଂପାଦକ ଶ୍ରୀ ତ୍ରିପାଠୀ ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ପ୍ରଚେଷ୍ଟା କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ସଭାପତି ଶ୍ରୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.