centurian jitm

‘ଲେଖୁ ଲେଖୁ କବିତା’ ସଂକଳନ ଉନ୍ମୋଚିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଇଂ ଗୋକୁଳ ଚନ୍ଦ୍ର ଧଳଙ୍କ ରଚିତ କବିତା ସଂକଳନ ‘ଲେଖୁ ଲେଖୁ କବିତା’ ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ମଧୁମଣ୍ଡପ ଠାରେ ଆୟୋଜିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ଅଶ୍ୱିନୀ କୁମାର ରାୟ ଓ ମୁଖ୍ୟବକ୍ତା ଭାବେ ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ଼ଃ ସଞ୍ଜୟ ହାତୀ ମୁଖ୍ୟବକ୍ତା ତଥା ସମୀକ୍ଷକ ଭାବେ ଯୋଗଦେଇ ପୁସ୍ତକଟିକୁ ସମୀକ୍ଷା କରିଥିଲେ । ଡ଼ଃ ହାତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ କବିଙ୍କ ପାଖରେ ସମ୍ବେଦନଶୀଳ ହୃଦୟଟେ ଲୋଡା । କବିତାର ବଡ଼କଥା ହେଉଛି ଭାବ ଓ ଶବ୍ଦ । ସମ୍ବେଦନଶୀଳତା କବି ଗୋକୁଳ ଚନ୍ଦ୍ରଙ୍କ କବିତାକୁ ପରିପୃଷ୍ଟ କରିଛି । ମୁଖ୍ୟଅତିଥି ଡ଼ଃ ରାୟ ତାଙ୍କ ବକ୍ତବ୍ୟରେ ଭାବ, ଉପଯୁକ୍ତ ଶବ୍ଦଚୟନ ସହ ତାର ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ । କବିତା ହେଉଛି ସ୍ପନ୍ଦିତ ହୃଦୟର ଭାବ । କବିଙ୍କ ହୃଦୟ କେତେ ସ୍ପନ୍ଦିତ ତାହା ଏହି ସଂକଳନ ରୁ ଅନୁମେୟ । ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଜୁଳା କୁମାରୀ ରଥ କବିଙ୍କ ସର୍ଜନାକୁ ପରିବ୍ୟାପ୍ତ କରିବା ପାଇଁ ଗୋକୁଳ ବାବୁଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ କବି ଇଂ ଧଳ ନିଜ ପୁସ୍ତକ ସମ୍ପର୍କରେ ମତ ରଖିବା ସହ ଏଥିରେ ସହଯୋଗର ହାତ ବଢାଇଥବା ମଞ୍ଜୁଳା କୁମାରୀ ରଥ, କବି ଅଭିରାମ ପ୍ରଧାନ ଓ କୁଞ୍ଜବିହାରୀ ରାଉତ ତଥା ଅନିତା ଧଳ ଓ ପରିବାରବର୍ଗଙ୍କ ସହଯୋଗକୁ ଶ୍ରେୟ ଦେଇଥିଲେ । ଜଣେ ଇଞ୍ଜିନିୟର ହୋଇ କିପରି କବିତା ପ୍ରତି ଆଗ୍ରହ ସୃଷ୍ଟି ହେଲା ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି, ସାହିତ୍ୟିକ, ପ୍ରାବନ୍ଧିକ ମାନେ ଯୋଗ ଦେଇଥିଲେ । ଶେଷରେ ତାଙ୍କର ଝିଅ ନିତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.