
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସାହୁପଡା ପ୍ରଗତି ଯୁବକ ସଂଘର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ଶ୍ରୀରାମ ଲୀଳା ନାଟକୋତ୍ସବରେ ଶନିବାର ରାତିରେ ଲଙ୍କେଶ୍ଵରୀ ଦେବୀଙ୍କ ସହ ହନୁମାନଙ୍କ ଭେଟ ହୋଇଥିଲା । ଏହାପରେ ହନୁମାନଙ୍କ ଲଙ୍କା ଦହନ ଅଭିନୀତ ହୋଇଛି । ଏହାକୁ ଦେଖିବାକୁ ଦେଓଗାଁ ଅଞ୍ଚଳର ସହସ୍ର ଲୋକଙ୍କ ସମାଗମ ହୋଇଥିଲା । ରବିବାର ଦିନ ବିଭୀଷଣ ଶରଣ ନାଟକ ଅନୁଷ୍ଠିତ ହେବା ନେଇ ସୂଚନା ଦିଆଯାଇଛି ।
