ଲାଞ୍ଚ ନେବା ଘଟଣା : କୋର୍ଟ ଚାଲାଣ ବେଳେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଜନସ୍ୱାସ୍ଥ୍ୟ ଅଧିକାରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଲାଞ୍ଚ ନେବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବରଗଡ଼ ଜିଲା ଜନସ୍ୱସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ଆଜି ପୂର୍ବାହ୍ନରେ ସମ୍ବଲପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ ଯୋଗୁ ଡା. ସାହୁ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଜଣେ ହୋଟେଲ ମାଲିକଙ୍କ ଖାଦ୍ୟ ନିରାପତ୍ତା ଲାଇସେନ୍ସ କରିଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଡା. ସାହୁ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଗତକାଲି ତାଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଉଥିଲା । ମାତ୍ର ଯିବା ବାଟରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

error: Content is protected !!