centurian jitm

ଲଳିତ ନାୟକଙ୍କ ସ୍କୃତିରକ୍ଷା ପାଇଁ ନିର୍ମିତ ହେବ ବ୍ରୋଞ୍ଜ ପ୍ରତିମୂର୍ତ୍ତି

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ସ୍କୃତିରକ୍ଷା ପାଇଁ ସହରର ପ୍ରମୁଖ ଛକରେ ଏକ ପୂର୍ଣ୍ଣ ଅବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଲାଗିବ । ଆସନ୍ତା ଜାନୁୟାରୀ ୧୧ ତାରିଖ ସ୍ୱର୍ଗତ ନାୟକଙ୍କ ଜନ୍ମ ବାର୍ଷିକ ଅବସରରେ ଏହି ପ୍ରତିମୁର୍ତ୍ତି ଉନ୍ମୋଚନ ହେବ । ଏନେଇ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନ ପରିସରରେ ଏକ ବୈଠକରେ ନିଷ୍ପତି ହୋଇଥିଲା । ବୈଠକକୁ ସମାଜସେବୀ ଡ଼. ଶ୍ରୀକର ମିଶ୍ର ସଭାପତିତ୍ୱ କରିଥିଲେ । ସତ୍ୟ ସୁନ୍ଦର ଭଞ୍ଜଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବହୁ ଲଳିତ ପ୍ରେମୀ ଯୋଗଦାନ କରି ସ୍ୱର୍ଗତ ନାୟକଙ୍କ ସ୍କୃତିରକ୍ଷା ଲାଗି ଅନେକ ପ୍ରସ୍ତାବ ଦେଇଥିଲେ । ଲଳିତ ନାୟକଙ୍କ ପ୍ରତିଭା ଓ ତ୍ୟାଗକୁ ପ୍ରସାରିତ କରିବା ପାଇଁ ସ୍କୃତି କମିଟି ବହୁବିଧ କାର୍ଯ୍ୟ ହାତକୁ ନେଇଛି । କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି । ଜ୍ୟୋତିରଞ୍ଜନ ନାୟକ, ଅଧ୍ୟକ୍ଷ ରହିଥିବା ବେଳେ ପ୍ରଭାଷ କୁମାର ପାଣିଗ୍ରାହୀ ସଭାପତି ଓ ପ୍ରଭାକର ମିଶ୍ର ସମ୍ପାଦକ ରହିଛନ୍ତି । ଏହି ତିନି କାର୍ଯ୍ୟକର୍ତ୍ତାଙ୍କ ନାମରେ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲାଯିବା ନେଇ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଛି । ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରଥମେ ବ୍ୟକ୍ତିଗତ ଭାବେ ଡ଼. ଶ୍ରୀକର ମିଶ୍ର ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ସମାଜସେବୀ ଉଦିତ ଚନ୍ଦ୍ର ପଣ୍ଡା, କୁନୁ ପଣ୍ଡା, ଚାଇନା ମହାନ୍ତି, ରତନ ମହାରଣା, ଭବାନୀ ଶତପଥୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରତାପଚନ୍ଦ୍ର ରଥ, ଧର୍ମେନ୍ଦ୍ର ନନ୍ଦ, ସୁରୁ ମଟାରୀ, କୁନୁ ଯୋଷୀ, ଅଶୋକ ରଥ, ନରି ପୂଜାରୀ, ବିରେନ୍ଦ୍ର ଝାଙ୍କର, କିଶୋର ମିଶ୍ର, ଦେବାଶିଷ ମିଶ୍ର, ସୋମନାଥ ମିଶ୍ର, ବିବେକାନନ୍ଦ ପଟେଲ, ଅମୂଲ୍ୟ ସେଠ, ଘନ ପଶାୟତ, ପ୍ରଶାନ୍ତ ମହାକୁର, ସୁନିଲ ବିଶ୍ୱାଳ, ଅଙ୍କୁଶ ପାଣ୍ଡିଆ, ବବୁଲୁ ନାୟକ, ବାବୁଲା ଭଞ୍ଜ ପ୍ରମୁଖ ସହାୟତା ଘୋଷଣା କରିଛନ୍ତି । ସବୁ ବର୍ଗର ଲୋକଙ୍କ ସହାୟତା ନେଇ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଛି । କାରଣ ଲଳିତ ଥିଲେ କୋଟିଏ ହୃଦୟର ଗୋଟିଏ ନାୟକ ଓ ଶ୍ରମିକମାନଙ୍କ ତ୍ରାଣକର୍ତ୍ତା ।

Leave A Reply

Your email address will not be published.